ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବ- ଧର୍ମେନ୍ଦ୍ର ପ୍ରଧାନ

358

ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର, ମଇ ୧୪ – ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ଏହି ନୀତି ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ । ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ, ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ ଓ ଏମପିଏଡ ପାଠ୍ୟକ୍ରମରେ ଲାଗୁ କରାଯିବ, ଯାହା ପ୍ରଶଂସନୀୟ ନିଷ୍ପତି ।‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦୀ ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି । ଏସଇବିସି ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ତତ୍କାଳୀନ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନଦେଇ ଅବହେଳିତ କରିଆସୁଥିଲେ । ଆଜି ଦେଶରେ ଯେତେବେଳେ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତିକୁ ମୋଦୀ ସରକାର କ୍ୟାବିନେଟରେ ମଞ୍ଜୁର ଦେଇଛନ୍ତି, ସେଭଳି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଏପ୍ରିଲ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଅବଗତ କରାଇଥିଲେ ।ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ୩୧ ଡିସେମ୍ବର ୨୦୨୦, ୧୫ ଜାନୁଆରୀ ୨୦୨୦ ଏବଂ ୨୫ ଜୁଲାଇ ୨୦୧୯ରେ ଏହି ପ୍ରସଙ୍ଗରେ ତିନି ଥର ପତ୍ର ଲେଖିବା ପରେ ବି ପୂର୍ବ ସରକାର କୌଣସି ତତ୍ପରତା ଦେଖାଇନଥିଲେ ।–

Comments are closed, but trackbacks and pingbacks are open.