ଭାରୋତ୍ତଳନ ପ୍ରତିଯୋଗୀତାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

227

ଭୁବନେଶ୍ଵର: ଅହମ୍ମଦାବାଦ ଠାରେ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତାରେ ଓଡିଶାର ପ୍ରୀତିସ୍ମିତା ଭୋଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଯୁବା ମହିଳା ୪୪ କେଜି ବର୍ଗରେ ସେ ମୋଟ ୧୫୦ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଜିତିବା ସହିତ ତିନୋଟି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଓଡିଶା ଭାରୋତ୍ତଳନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଢେଙ୍କାନାଳ ଉପକେନ୍ଦ୍ର ଠାରେ ତାଲିମ ନେଉଥିବା ପ୍ରୀତିସ୍ମିତା ସ୍ନାଚରେ ୬୩ କେଜି ଏବଂ କ୍ଲିନ ଓ ଜର୍କରେ ୮୭ କେଜି ଭାରୋତ୍ତଳନ କରି ପ୍ରଥମ ହୋଇଥିଲେ। ଏହା ତାଙ୍କ ଜୀବନର ତୃତୀୟ ଅନ୍ତର୍ଜାତିକ ପଦକ।

Comments are closed, but trackbacks and pingbacks are open.