ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

236

ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ହେବ ଓଡିଶା ଖାଦ୍ୟ ମହୋତ୍ସବ। ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଏହି ଉତ୍ସବ ଆଗାମୀ ଡିସେମ୍ବର 23 ରୁ 29 ପର୍ଯ୍ୟନ୍ତ ଚାଲିବ। ଏ ନେଇ ଶୁକ୍ରବାର ଦିନ ପ୍ରଦର୍ଶନୀ ପଡିଆରେ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମୟୁରଭଞ୍ଜରୁ ମାଲକାନଗିରି ତଥା ନୂଆପଡ଼ାରୁ କେନ୍ଦ୍ରାପଡା ପର୍ଯ୍ୟନ୍ତର ପ୍ରସିଦ୍ଧ ଖାଦ୍ୟ ବ୍ୟଞ୍ଜନ ପରିବେଷଣ କରାଯିବ।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସଜ୍ଜନ ଶର୍ମା କହିଛନ୍ତି ଯେ, ଏହି ଖାଦ୍ୟ ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବା। ଏଥିରେ ରସାବଳୀ, ଛେନାଝିଲ୍ଲୀ, ଛେନାପୋଡ, ରସଗୋଳା ସହିତ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦ ଖାଦ୍ୟ ପ୍ରଦର୍ଶିତ କରାଯିବ। ଏଥିସହିତ ମେଳାରେ ବିଭିନ୍ନ ଜିଲ୍ଲାର ଖାଦ୍ୟ ପ୍ରସ୍ତୁତକାରୀ ଯୋଗଦେଇ ଖାଦ୍ୟ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ଖାଦ୍ୟ ପଦାର୍ଥ ଘରକୁ ନେବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଟର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କୁହାଯାଇଛି। ଏହି ମେଳାର ଆୟୋଜନ କରୁଛନ୍ତି ବିଶ୍ବ ଓଡିଆ ପରିବାର।

Comments are closed, but trackbacks and pingbacks are open.