ଆସନ୍ତା କାଲିଠାରୁ ଆରମ୍ଭ ହେବ“ଓଡିଶା ଖାଦ୍ୟ ମହୋତ୍ସବ – ୨୦୨୫”
ଓଡ଼ିଶାର ପ୍ରାଚୀନ ତଥା ପାରମ୍ପରିକ ଖାଦ୍ୟକୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବା ଲକ୍ଷ୍ୟରେ
୭ ଦିନ ଧରି ଚାଲିବାକୁ ଥିବା ଏହି ଖାଦ୍ୟ ମହୋତ୍ସବରେ ଶତାଧିକ ଖାଦ୍ୟ ପ୍ରସ୍ତୁତକାରୀଙ୍କ ଦ୍ୱାରା ଖାଦ୍ୟ ପ୍ରଦର୍ଶନୀ ଖାଦ୍ୟ ପ୍ରତିଯୋଗିତା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ୠ ରାଜଧାନୀବାସୀଙ୍କ ସମେତ ଓଡିଶାବାସୀ ମହୋତ୍ସବରେ ଯୋଗ ଦେଇ ଖାଦ୍ୟ ସମୁହର ଆନନ୍ଦ ନେବା ସହିତ ଉପଭୋଗ କରନ୍ତୁ
ଭୁବନେଶ୍ୱର : ଓଡିଆ ଖାଦ୍ୟ ସଂସ୍କୃତି ଓ ପରାଂପରା ସମଗ୍ର ବିଶ୍ୱରେ ଅନନ୍ୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟିରେ ଭିନ୍ନ ଭିନ୍ନ ପୈାଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡିଆଙ୍କ ଜୀବନଶୈଳୀର ଅଂଶବିଶେଷ । ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ନିହାତି ଆବଶ୍ୟକ ରହିଛି । ଏହି ଅବସରରେ ଆସନ୍ତା କାଲିଠାରୁ ଓଡିଶା ମାଟିର ଖାଦ୍ୟ ଏବଂ ଖାଦ୍ୟ ସଂପର୍କିତ ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ରଦର୍ଶନୀ ପଡିଆରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ।

ଏହି ମହୋତ୍ସବରେ ୧୦୦ ରୁ ଉର୍ଦ୍ଧ୍ୱ ଖାଦ୍ୟ ପ୍ରସ୍ତୁତିକାରୀ ସଂସ୍ଥାମାନେ ଖାଦ୍ୟ ପ୍ରଦର୍ଶନ କରିବେ । ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଓଡିଶା ଖାଦ୍ୟର ମହାକୁମ୍ଭ ତଥା ଓଡିଶା ଖାଦ୍ୟ ମହୋତ୍ସବ – ୨୦୨୫ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା କାଲି ସଂ୍ମାରେ ଏହି ମହୋତ୍ସବର ଉଦଘାଟନ ହେବ । ଆସନ୍ତା ୨୪ ତାରିଖରୁ ପ୍ରତିଦିନ ସକାଳ ୧୦ ଟାରୁ ଆରମ୍ଭ ରାତ୍ର ୧୦ ଟା ପର୍ଯ୍ୟନ୍ତ ସାଧାରଣ ଜନତା ଏହି ଖାଦ୍ୟ ମହୋତ୍ସବକୁ ଆସି ଓଡିଆ ଖାଦ୍ୟ ସମେତ ବିଭିନ୍ନ ଖାଦ୍ୟ ସଂପର୍କିତ ପ୍ରତିଯୋଗିତା, ଆଲୋଚନାଚକ୍ରରେ ଭାଗ ନେବା ସହିତ ସଂ୍ମାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ।
ପିଠାମିଠା ଭାରି ସୁଆଦିଆ, ସଜଡା ଭୋଗଥାଳି, ଆମିଷ ରୋଷେଇ, ନିରାମିଷ ରୋଷେଇ, ଡେଇଁ ଡେଇଁ ଖାଇବା, ବିନା ନିଆଁରେ ଖାଦ୍ୟ ପ୍ରସ୍ତୁତି, ଚିତ୍ରରେ ଖାଦ୍ୟ, ବିଲୁପ୍ତ ଖାଦ୍ୟ, ପୁନଃ ବ୍ୟବହାରଯୋଗ୍ୟ ଖାଦ୍ୟ, ଘର ରୋଷେଇ ରାଣୀ / ରାଜା, ଶୁଂଘିବା / ଛୁଇଁବା / କହିବା ଭଳି ପ୍ରତିଯୋଗିତା ଆୟୋଜନ ହେବ । ସେହିଭଳି ପ୍ରତିଦିନ ପୂର୍ବାହ୍ନରେ ଓଡିଆ ଖାଦ୍ୟର ଐତିହ୍ୟ, ପୋଷଣ ଓ ପାକଶାସ୍ତ୍ରୀୟ ପରଂପରାକୁ ନେଇ ଖାଦ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନାଚକ୍ରରରେ ଖାଦ୍ୟ, ଖାଦକ, ଖାଦ୍ୟ ବିଶେଷଜ୍ଞ ଓ ଶିକ୍ଷାନୁଷ୍ଠାନମାନଙ୍କୁ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସେହିପରି ପ୍ରତିଦିନ ସଂସ୍ଥାରେ ଓଡିଶାର ସୁନାମଧନ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସଂକ୍ଷେପରେ କହିଲେ, ଓଡ଼ିଶାର ପ୍ରଚୀନ ତଥା ପାରମ୍ପରିକ ଖାଦ୍ୟକୁ ପୁନଃ ଜାଗରଣ କରିବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଭିନ୍ନ ଖାଦ୍ୟ ବିଶେଷଜ୍ଞଙ୍କ ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପସରା ଖୋଲିବ ବୋଲି ବିଶ୍ୱ ଓଡିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଖାଦ୍ୟ ମହୋତ୍ସବକୁ ଆସି ରାଜଧାନୀବାସୀଙ୍କ ସମେତ ଓଡିଶାବାସୀ ଖାଦ୍ୟ ସମୁହର ଆନନ୍ଦ ନେବା ସହିତ ଉପଭୋଗ କରିବାକୁ ଶ୍ରୀ ଶର୍ମା ନିବେଦନ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମର ସୁପ୍ରଚାର ଓ ସୁପ୍ରସାର ପାଇଁ ଗଣମାଧ୍ୟମର ପ୍ରମୁଖ ଭୁମିକା ରହିଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମେଳନରେ ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ଭକ୍ତ ତ୍ରିପାଠୀ, କାର୍ଯ୍ୟକ୍ରମର ସାଂସ୍କୃତିକ ମୁଖ୍ୟ ପବିତ୍ର ମୋହାନ ସାମଲ,ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ମିଶ୍ର, କୁଳମଣି ରାଉତ, ଆରତୀ ମିଶ୍ର, ସଂଗ୍ରାମ ନାୟକ, ଅକ୍ଷୟ ବଳିଆର ସିଂହ ଓ ସୁବ୍ରତ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.