ଭୁବନେଶ୍ବର: ଆଜି ସକାଳୁ ପ୍ରଦେଶ କଂଗ୍ରେସ ଏବଂ ବାମଦଳ ମିଳିତ ଭାବେ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ଫଳରେ ସେ ବାଧ୍ୟ ହୋଇ ଆତ୍ମହୁତି ଦେଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି କଂଗ୍ରେସ ସହିତ 8ଟି ଅନ୍ୟଦଳ ମିଳିତ ଭାବେ ଏହି ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳୁ କଂଗ୍ରେସ ଭବନରୁ କର୍ମିମାନେ ବାହାରି ଲୋକସେବା ଭବନ ଆଡକୁ ଶୋଭାଯାତ୍ରା କରି ଯାଇ ରାସ୍ତା ଅଧାରେ ଧାରଣାରେ ବସିଛନ୍ତି। ସେହିପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ରହି ଚକାବନ୍ଦ କରିଛନ୍ତି। ଫଳରେ ଭୁବନେଶ୍ବରରେ ବର୍ତ୍ତମାନ ଶୂନଶାନ ହୋଇଯାଇଛି। କାଁ ଭାଁ କିଏ ଗାଡିରେ ଆସିଲେ ସେମାନଙ୍କୁ କଂଗ୍ରେସ କର୍ମିମାନେ ବୁଝାଇ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଉଛନ୍ତି।
Comments are closed, but trackbacks and pingbacks are open.