ଭୁବନେଶ୍ୱର: ଓ୍ବକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଭାଗ ହୋଇଯାଇ ଯାଇଥିବା ରାଜନେୈତିକ ମହଲରେ ଚର୍ଚ୍ଚା ହେଉଛି। ଦଳର ଏମ୍ପି ସସ୍ମିତ ପାତ୍ରଙ୍କ ଉପରେ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ବିଲ୍କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ଏମ୍ପିଙ୍କଠାରୁ ଏଭଳି ଆଶା କରାଯାଉ ନ ଥିଲା। ଦଳର ପରାମର୍ଶ ନ ନେଇ ନିଷ୍ପତ୍ତି ନେବାର କ୍ଷମତା ସସ୍ମିତଙ୍କର ନାହିଁ। ରାଜ୍ୟ ସଭାରେ ସସ୍ମିତ ଏକାକୀ, ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଛନ୍ତି। ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଗଣେଶ୍ୱର କହିଛନ୍ତି। ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା। ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି। ଏହା ଭିତରେ ବଦ୍ରି ଅସନ୍ତୋସ ଝାଡ଼ି କହିଛନ୍ତି, ସସ୍ମିତ ପାତ୍ର ଏତେ ବଡ଼ ସାହସ କଲେ କେମିତି? । ଦଳ ସମଦୂରତା ନୀତି ରଖି ଚାଲୁଥିଲା, ନିଷ୍ପତ୍ତି ଅନୁରୂପ ହେଲାନି, କିଏ ଗୋଟେ ଖେଳ କଲା। କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ। ତଦନ୍ତରେ ଜଣାପଡ଼ିବ କାହା ନିର୍ଦେଶରେ ଏଭଳି ହେଲା। ଦଳ ଏବେ ବିଶ୍ବାସ ସଙ୍କଟରେ ବୋଲି ବଦ୍ରି କହିଛନ୍ତି।
Comments are closed, but trackbacks and pingbacks are open.