ମୁଖ୍ୟମନ୍ତ୍ରୀଙ୍କୁ ବାରବାଟୀ ମ୍ୟାଚ ଟିକେଟ ପ୍ରଦାନ କଲା ଓସିଏ

62

ଭୁବନେଶ୍ବର: ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ସଭାପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତକରି ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଟିକେଟ ପ୍ରଦାନ କରିଛନ୍ତି। ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶା ମାଟିରେ ଏପରି ଏକ ବଡ଼ ଆନ୍ତର୍ଜାତୀୟ ଖେଳ ଆୟୋଜନ ହେବା ରାଜ୍ୟ ପାଇଁ ଗର୍ବର ବିଷୟ। ମୁଁ ଏହି ମ୍ୟାଚର ସଫଳ ଆୟୋଜନ ପାଇଁ OCA କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଉଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ତଥା ରାଜ୍ୟରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Comments are closed, but trackbacks and pingbacks are open.