ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ,କିଏ ପାଇଲେ କେଉଁଠି ନିଯୁକ୍ତି

173

ଭୁବନେଶ୍ୱର:- ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣାଞ୍ଚଳ ଡିଭିଜନ-ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟର ଅତିରିକ୍ତ ଆୟୁକ୍ତ ବୀରସେନ ପ୍ରଧାନଙ୍କୁ ଆରଡିସିଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୁକାନ୍ତ କୁମାର ବେହେରାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଲିପ୍ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ସିଓନା ମିଶ୍ରଙ୍କୁ ରାଜସ୍ଵ ପର୍ଷଦ କାର୍ଯ୍ୟାଳୟ-ଭୁବନେଶ୍ୱରସ୍ଥିତ ଆଡ୍‌ସିନାଲ ରିଭିଜନ କୋର୍ଟର ଅତିରିକ୍ତ ଆୟୁକ୍ତ, ମଞ୍ଜୁଲତା ମଲ୍ଲିକଙ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆୟୁକ୍ତ, ପୀତାମ୍ବର ଭୋଇଙ୍କୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆୟୁକ୍ତ(ବନ୍ଦୋବସ୍ତ ଓ ଚକବନ୍ଦୀ), ଶାନ୍ତନୁ କୁମାର ମହାନ୍ତିଙ୍କୁ ରାଜ୍ୟ ମଦ ନିଗମର ସାଧାରଣ ପରିଚାଳକ, ଆଶୁତୋଷ ସାମଲଙ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଦେବାଶିଷ ପଟ୍ଟନାୟକଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ରବିନାରାୟଣ ସାହୁଙ୍କୁ ଭଦ୍ରକ ଅତିରିକ୍ତ ଜିଲାପାଳ, ନବକ୍ରିଷ୍ଣ ଜେନାଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲାପାଳ, ସୁନିଲ କୁମାର କେରକେଟାଙ୍କୁ ଗଞ୍ଜାମ ଅତିରିକ୍ତ ଜିଲାପାଳ, ଭକ୍ତବନ୍ଧୁ ଜନାର୍ଦନ ଦଳାଇଙ୍କୁ କୋରାପୁଟ ଅତିରିକ୍ତ ଜିଲାପାଳ, ବିଜୟାନନ୍ଦ ନାୟକଙ୍କୁ ନୟାଗଡ ଅତିରିକ୍ତ ଜିଲାପାଳ, ଅଭିମନ୍ୟୁ ବେହେରାଙ୍କୁ ଗଞ୍ଜାମ-କୋରାପୁଟ ବନ୍ଦୋବସ୍ତ କାର୍ଯ୍ୟାଳୟ ବ୍ରହ୍ମପୁରର ସେଟେଲମେଣ୍ଟ ଅଫିସର, ସଞ୍ଜୟ କୁମାର ରାଉତଙ୍କୁ ବାଲେଶ୍ୱର ଜିଲାପରିଷଦ ମୁଖ୍ୟ ଜିଲା ଅଧିକାରୀ, ତପନ କୁମାର ନାୟକଙ୍କୁ କୋରାପୁଟ ଅତିରିକ୍ତ ଜିଲାପାଳ ସହିତ ଡୁଡାର ପ୍ରକଳ୍ପ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ମୁନିଦ୍ର ହୋନାଙ୍ଗଙ୍କୁ ଗଜପତି ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ଦେବଗଡ଼ ଜିଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିତେନ୍ଦ୍ର କୁମାର ନାୟକଙ୍କୁ କେନ୍ଦ୍ରାପଡା ଜିଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଗେଶ୍ୱର ନାୟକଙ୍କୁ ସୁନ୍ଦରଗଡ଼ ଜିଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜୟ କୁମାର ବେହେରାଙ୍କୁ ଗଞ୍ଜାମ ଜିଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଧନାଇ ଚରଣ ଟୁଡ଼ୁଙ୍କୁ ଭଦ୍ରକ ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ବୁଲବୁଲ୍‌ ବେହେରାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର, କାଜଲ ପ୍ରଧାନଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-କଟକଙ୍କ ଉପସଚିବ, ଆଶିଷ ରଞ୍ଜନ ସାହୁଙ୍କୁ ଢେଙ୍କାନାଳ ଜିଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଶରତ ମାଝୀଙ୍କୁ ବଲାଙ୍ଗୀର ମୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଶୁଭଶ୍ରୀ ତ୍ରିପାଠୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉପସଚିବ ଭାବେ ନିଯୁକ୍ତ କରାଯାଇଛି।

Comments are closed, but trackbacks and pingbacks are open.