ନ୍ୟୁମେରୋଲୋଜି ରାଶିଫଳ ୨୦୨୨
ଜନ୍ମ ତାରିଖ କୁ ମିଶାଇ ଯେଉଁ ଅଙ୍କ ଟି ବାହାରେ ତାହାକୁ ମୂଳ + ଅଙ୍କ ବା ମୂଳIଙ୍କ କୁହାଯାଏ I
ଗଣିତ ଶାସ୍ତ୍ର ଅନୁଯାୟୀ, ନୂତନ ବର୍ଷ ମୂଳIଙ୍କ ୬ ଥିବା ଜାତକଙ୍କ ପାଇଁ ଅତି ଚମତ୍କାର ହେବ I ଏଥି ସହିତ, କିଛି ଲୋକଙ୍କୁ ଏହି ବର୍ଷକୁ ସତର୍କତାର ସହିତ ବିତାଇବାକୁ ପଡିବ I
ଆପଣଙ୍କ ପାଇଁ ୨୦୨୨ ବର୍ଷ କିପରି ହେବ, ଏହା ବ୍ୟକ୍ତି ଙ୍କ ଜାତକ ରେ ଥିବା ରାଶି ବ୍ୟତୀତ,ଗଣିତ ଶାସ୍ତ୍ର ସାହାଯ୍ୟରେ ଅର୍ଥାତ ଜନ୍ମ ତାରିଖ ଅନୁଯାୟୀ ମଧ୍ୟ ଗଣନା କରାଯାଇଥାଏ I ଗଣିତ ଶାସ୍ତ୍ର ଅର୍ଥାତ ଆପଣଙ୍କ ଜନ୍ମ ତାରିଖ କୁ ମିଶାଇ ଯେଉଁ ମୂଳ ସଂଖ୍ୟା ଟି ବାହାରେ ସେହିଅନୁସାରେ ଗଣନା ହୋଇଥାଏ I ଏହାକୁ ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରାଯାଏ I ଏଥିପାଇଁ ସାଂଖ୍ୟିକ ବିଜ୍ଞାନରେ ୧ ରୁ ୯ ପର୍ଯ୍ୟନ୍ତ ମୂଳIଙ୍କ ଅଛି I ଉଦାହରଣ ସ୍ୱରୂପ, ଯଦି କୌଣସି ମାସର ଜନ୍ମ ବ୍ୟକ୍ତି ୬ , ୧୫ କିମ୍ବା ୨୪ ତାରିଖ ରେ ଜନ୍ମ ହୋଇଥାନ୍ତି ,ତେବେ ତାଙ୍କ ମୂଳIଙ୍କ ୬ ହେବ I ଯାହା ତାଙ୍କର ଜନ୍ମ ତାରିଖର ସମଷ୍ଟି ଅଟେ I ଦୁଇଟି ସଂଖ୍ୟାକୁ ଯୋଗ କରି ଯେଉଁ ସଂଖ୍ୟାଟି ବାହାରେ ତାହା ହେଉଛି ମୂଳIଙ୍କ I ଆସନ୍ତୁ ଜାଣିବା :
ମୂଳIଙ୍କ ୧ : ମୂଳIଙ୍କ ୧ ଥିବା ବ୍ୟକ୍ତିମାନେ ୨୦୨୨ ମସିହାରେ କଠିନ ପରିଶ୍ରମର ଫଳ ପାଇବେ I ବୃତ୍ତି ଅଧିକ ଶକ୍ତିଶାଳୀ ହେବ I ତଥାପି, ବ୍ୟବସାୟୀମାନେ ବର୍ଷ ଆରମ୍ଭରେ ଟିକିଏ ସତର୍କ ହେବା ଆବଶ୍ୟକ I ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ I ବର୍ଷ ଶେଷରେ ପ୍ରଚୁର ଧନ ଲାଭ ହୋଇପାରେ I ପ୍ରେମ ଜୀବନ ଚମତ୍କାର ହେବ I ଯଦି ଆପଣ ବିବାହ କରିବାକୁ ଚାହୁଁଛନ୍ତି , ତେବେ ଏହି ଇଚ୍ଛା ମଧ୍ୟ ଏହି ବର୍ଷ ପୂରଣ ହେବ I ଏଥି ସହିତ ବିବାହିତ ଲୋକଙ୍କ ଜୀବନ ମଧ୍ୟ ଖୁସିରେ କଟିବ I ଛାତ୍ରମାନେ ସେମାନଙ୍କର ପ୍ରିୟ କଲେଜରେ ଆଡମିଶନ ମଧ୍ୟ ପାଇପାରିବେ I
ମୂଳIଙ୍କ ୨ : ବୌଦ୍ଧିକ କାର୍ଯ୍ୟରେ ସଫଳତା ମିଳିବ I ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ, ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ପାଇବ I ସୃଜନଶୀଳ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହି ବର୍ଷ ମଧ୍ୟ ବହୁତ ଭଲ I ଯଦି ଆପଣ ପରିବାରର କୌଣସି ସଦସ୍ୟଙ୍କ ଅସୁସ୍ଥତା ହେତୁ ଚିନ୍ତିତ ଥିବେ , ତେବେ ବର୍ତ୍ତମାନ ଆପଣ ଆରାମ ପାଇବେ I ଏହି ବର୍ଷ ଆପଣଙ୍କ ପରିବାରରେ ଶାନ୍ତି ଏବଂ ସୁଖର ବାତାବରଣ ସୃଷ୍ଟି କରିବ I
ମୂଳIଙ୍କ ୩ : ଏହି ବର୍ଷ ଆପଣଙ୍କ କ୍ୟାରିୟରରେ କିଛି ପରିବର୍ତ୍ତନ ଆସିବ ଯାହା ଲାଭଦାୟକ ପ୍ରମାଣିତ ହେବ I ଏହି ବର୍ଷ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ବହୁତ ଭଲ ହେବ I ନୂତନ ଯୋଗାଯୋଗ କରାଯିବା ସହିତ ଅର୍ଥ ଲାଭ ର ଯୋଗ ରହିଛି ଇ ତଥାପି, ଅଧିକ ଉଦାରତା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ I ତେଣୁ ବୁଝି ବିଚାରି କାର୍ଯ୍ୟରେ ନିର୍ଣ୍ଣୟ ନିଅନ୍ତୁ I ଦାମ୍ପତ୍ୟ ଜୀବନରେ କିଛି ବିବାଦ ହୋଇପାରେ I ତେବେ ପ୍ରେମୀଯୁଗଳଙ୍କ ପାଇଁ ଏହି ଟି ବର୍ଷ ଉତ୍ତମ ହେବ I ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ I ବିଶେଷକରି ଯଦି ପେଟ,କିମ୍ବା ହରମୋନ୍ ସମସ୍ୟା ଥାଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ,ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଇ
ମୂଳାଙ୍କ ୪ : ମୂଳାଙ୍କ ୪ ଥିବା ବ୍ୟକ୍ତି ଙ୍କର ୨୦୨୨ ର ଆରମ୍ଭରେ ପ୍ରଚୁର ଧନ ଲାଭ ହେବାର ସମ୍ଭାବନା ଅଛି I ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ | ଜୀବନରେ ସମସ୍ତ ସୁବିଧା ପାଇବେ I ଗତ ବର୍ଷ ତୁଳନାରେ ପ୍ରେମ ଜୀବନ ଏବଂ ଦାମ୍ପତ୍ୟ ଜୀବନ ପାଇଁ ଏହି ବର୍ଷ ଭଲ ହେବ ସାମାଜିକ ସ୍ତରରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ I ପିଲା ମାନଙ୍କ ପାଖରୁ ଖୁସି ଖବର ପାଇବେ I
ମୂଳାଙ୍କ ୫ : ମୂଳାଙ୍କ ୫ ଥିବା ବ୍ୟକ୍ତି ମାନେ ଯଦି ରାଜନୀତି ବା କୌଣସି ବଡ଼ ପଦବୀରେ ଥାନ୍ତି ,ତେବେ ସେମାନଙ୍କର ନେତୃତ୍ୱ ଦକ୍ଷତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତୁ , ଆପଣ ଏହି ବର୍ଷ ନିଜ ନେତୃତ୍ୱ ବାଳ ରେ ବହୁତ ଶୀର୍ଷ କୁ ଯାଇ ପାରିବେ | ଗୋଟିଏ ପରେ ଗୋଟିଏ ସମସ୍ତ କାର୍ଯ୍ୟ ଆରମ୍ଭ ରେ ହେଇ ପାରିବ I ଆର୍ଥିକ ଅବସ୍ଥା ମଧ୍ୟ ଭଲ ରହିବ । ପ୍ରେମ ଜୀବନରେ ଉତ୍ଥାନ-ପତନ ଲାଗି ରହିବ I ଅନ୍ୟପକ୍ଷରେ, ବିବାହିତ ଦମ୍ପତିଙ୍କ ପାଇଁ ଏହି ବର୍ଷ ଉତ୍ତମ ହେବ I ଛାତ୍ରମାନେ ଆହୁରି କଠିନ ପରିଶ୍ରମ କରିବା ଆବଶ୍ୟକ | ଅଳସୁଆ ହୁଅ ନାହିଁ I ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇବେ I
ମୂଳାଙ୍କ ୬ : ଭାବନ୍ତୁ ୨୦୨୨ ହେଉଛି ମୂଳାଙ୍କ ୬ ଥିବା ବ୍ୟକ୍ତିଙ୍କ ର ଇ କାରଣ ୨୦୨୨ ର ମୂଳାଙ୍କ ମଧ୍ୟ ୬ ବର୍ଷ ଇ ୦ କୁ ବାଦ ଦେଲେ ୨+୨+୨=୬ ହେଉଛି I ତେଣୁ ୬ ମୂଳାଙ୍କ ଥିବା ବ୍ୟକ୍ତି ଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ହେବ I ସେମାନେ ପ୍ରଚୁର ଅର୍ଥ ଲାଭ ସାଙ୍ଗକୁ ,ମନ ,ଯଶ ,ଖ୍ୟାତି,ପ୍ରଗତି ସବୁ ପାଇବେ I ଏହା ସହିତ ଚାକିରୀ କ୍ଷେତ୍ରରେ ଉଚ୍ଚ ସ୍ଥାନ ପାଇପାରିବେ I ଘରେ ମାଙ୍ଗଳିକ କାର୍ଯ୍ୟ ହେବ I ଆପଣ ବିବାହ ବନ୍ଧନରେ ବାନ୍ଧି ହେଇପାରନ୍ତି I
ମୂଳାଙ୍କ ୭ : ମୂଳାଙ୍କ ୭ ଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷ କିଛି ଅପ୍ରତ୍ୟାଶିତ ଘଟଣା ଘଟିବ Iଜୀବନରେ ଅନେକ ପରିବର୍ତ୍ତନ ଆସିବ ସମ୍ପର୍କରେ ସୁଧାର ଆସିବ I ଆପଣଙ୍କ କ୍ୟାରିୟରରେ ଆପଣଙ୍କୁ ଉତ୍ଥାନ-ପତନର ସାମ୍ନା କରିବାକୁ ପଡିପାରେ I ଆଧ୍ୟାତ୍ମିକତା ଆଡକୁ ଢଳିବେ I ଅପ୍ରତ୍ୟାଶିତ ଭାବରେ ଧନ ଲାଭ ହୋଇପାରେ I
ମୂଳାଙ୍କ ୮ : ଏହି ବର୍ଷ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ I ଏପରି ପରିସ୍ଥିତିକୁ ଏଡାଇ ସମୟ ହୁଅନ୍ତୁ I କିଛି ଲୋକ ଏପ୍ରିଲ୍ ପରେ ଭଲ କ୍ୟାରିଅର୍ ଅଫର୍ ପାଇପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ I ଆୟ ସ୍ୱାଭାବିକ ହୋଇଥିଲେ ମଧ୍ୟ ଆପଣ ସଞ୍ଚୟ କରିବାରେ ସଫଳ ହେବେ I ଏହି ବର୍ଷ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଉତ୍ତମ ପ୍ରମାଣିତ ହେବ ଇ ଆପଣ ପ୍ରେମ ଜୀବନକୁ ଉପଭୋଗ କରିବେ I ବିବାହିତ ମାନଙ୍କପାଇଁ ବର୍ଷଟି ଭଲରେ କଟିବ I
ମୂଳାଙ୍କ ୯: ମୂଳାଙ୍କ ୯ ଥିବା ବ୍ୟକ୍ତି ମାନେ ଏହି ବର୍ଷଟି ଅତି ଯତ୍ନର ସହିତ ସମସ୍ତ କାର୍ଯ୍ୟ କରିବେ ଏବଂ ସେମାନେ ଉତ୍ତମ ଫଳାଫଳ ପାଇବେ I ୨୦୨୨ ବର୍ଷ ଟି ରେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ସହିତବ୍ୟବସାୟୀ ମାନଙ୍କର ବ୍ୟବସାୟରେ ବୃଦ୍ଧି ଘଟିବ I ପ୍ରେମ ଜୀବନରେ ଉତ୍ଥାନ-ପତନ ହୋଇପାରେ ଇ ପରିବାରର କୌଣସି ସଦସ୍ୟଙ୍କ ଅସୁସ୍ଥତା ଯୋଗୁଁ ଆର୍ଥିକ ଖର୍ଚ୍ଚ ବଢିପାରେ I