ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ନୂଆପଡ଼ା JE ସୁଶାନ୍ତ ସେଠୀ ଗିରଫ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କର ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀନଗରସ୍ଥିତ ପ୍ଲଟ୍ ନଂ.୧୦ରେ ୬୫୦୦ ବର୍ଗଫୁଟରେ ଏକ ୩ ମହଲା କୋଠା ଓ ପ୍ଲଟ୍ ନଂ.୧୦/୩୯୨୦ରେ ପ୍ରାୟ ୧୫୦୦ ବର୍ଗଫୁଟରେ ଏକ ନିର୍ମାଣଧିନ କୋଠା ରହିଛି। ସେହିପରି ପୁରୀ ଜିଲା ପିପିଲି ବିଲିପଡାସ୍ଥିତ ପ୍ଲଟ୍ ନଂ. ୭୪୯ରେ ୧ ଏକର ଜାଗାରେ ଗୋଟିଏ ଫାର୍ମ ହାଉସ୍ ଓ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଏବଂ ରାୟଗଡା ଟାଉନ୍ରେ ଗୋଟିଏ ପ୍ଲଟ୍ ରହିଛି। ରେଜିଷ୍ଟର୍ ସେଲ୍ ଡିଡ୍ ଅନୁଯାୟୀ ପ୍ଲଟ୍ଗୁଡ଼ିକର ଦର ୧.୦୧ କୋଟି ରହିଛି। ହେଲେ ଏସବୁର ପ୍ରକୃତ ମୂଲ୍ୟ ଅଧିକ ହେବ। ଭିଜିଲାନ୍ସ ଟେକ୍ନିକାଲ ଓ୍ବିଙ୍ଗ୍ ପକ୍ଷରୁ କୋଠା, ପ୍ଲଟ୍, ଫାର୍ମ ହାଉସ୍ର ମୂଲ୍ୟ ହିସାବ କରାଯାଉଛି। ସେହିପରି ସୁଶାନ୍ତଙ୍କ ଘରୁ ୧୦୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଯାନ (କିଆ କାରେନ୍ସ), ୫ଟି ଦୁଇ ଚକିଆ ଯାନ, ଗୋଟିଏ ବେନାମି ଚାରିକଚିଆ ଯାନ (ମାରୁତି ବ୍ରିଜା) ଏବଂ ୧୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି।
Comments are closed, but trackbacks and pingbacks are open.