ନୂଆପଡା ଉପନିର୍ବାଚନ: ଆସନ ହାତେଇବାକୁ କସରତ ଆରମ୍ଭ କରିଦେଲେଣି ପ୍ରମୁଖ ଦଳ

210

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ଯୋଜନା । ଉପନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରୟାସ ଆରମ୍ଭ କରିସାରିଲେଣି । ସମସ୍ତ ଦଳ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।  ତେବେ ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର ।  ପ୍ରାର୍ଥିପତ୍ର ସରିଛି ଯାଞ୍ଚ ପ୍ରକ୍ରିୟା । ୧୪ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପ୍ରତ୍ୟାହାର କରିବେ, କିଏ ଲଢ଼ିବେ । ତାକୁ ନେଇ ଚାଲିଛି ଅଙ୍କକଷା । ୩ ରାଜନୈତିକ ଦଳ କିନ୍ତୁ ପ୍ରଚାରରେ ବ୍ୟସ୍ତ । ସେପଟେ ୨,୩ ଦିନ ଭିତରେ ଯିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିୀପତ୍ର ପ୍ରତ୍ୟାହାରର ଶେଷ ଦିନ । ସେପେଟ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ମୋଟ୍‌ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି । ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗାଙ୍କ ପ୍ରାର୍ଥିତ୍ୱ ନାକଚ ହୋଇଛି ।ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍‌ ରହିଛି । ସେପଟେ ନୂଆପଡ଼ାରେ ଜମୁଛି ପ୍ରଚାର । ତିନିଦଳ ମତଦାତାଙ୍କୁ ନିଜ ନିଜ ସପକ୍ଷରେ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସେପଟେ ପାଖେଇ ଆସୁଛି ନୂଆପଡା ଉପନିର୍ବାଚନ । ଆସନ ହାତେଇବାକୁ କସରତ ଆରମ୍ଭ କରିଦେଲେଣି ପ୍ରମୁଖ ଦଳ । ଏହି ପରିପ୍ରେକ୍ଷୀରେ ମିଶନ ନୂଆପଡାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ 52 ଜଣ ନେତାଙ୍କୁ ନୂଆପଡା ଦାୟିତ୍ବ ଦେଇଛନ୍ତି । ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଟି ବ୍ଲକ ଓ ଦୁଇଟି ଏନଏସିରେ ପ୍ରଚାର ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । ନୂଆପଡା ଓ କୋମନା ବ୍ଲକ ପାଇଁ 18 ଜଣ ଲେଖାଏଁ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।ନୂଆପଡ଼ା ବ୍ଲକ ପାଇଁ ଦଳ ୧୮ ଜଣ ନେତାଙ୍କୁ ଦେଇଛି । ନିରଂଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଂଜନ ଘଡେଇ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରୋମାଞ୍ଚ ରଂଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଂଜନ ତ୍ରିପାଠୀ ଓ ନିହାର ରଂଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।ସେହିପରି ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ୮ ନେତା । ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଏଠାରେ ଡେରା ଜମାଇବେ ।ସେହିପରି ନୂଆପଡ଼ା ଏନଏସି ପାଇଁ ୮ ଜଣ ନେତାଙ୍କୁ ମିଳିଛି ଦାୟିତ୍ୱ । ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ କାର୍ଯ୍ୟ କରିବେ ।କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି ୧୮ ନେତା । ସେମାନେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେଶ ସିଂହ, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ନୀଳକଣ୍ଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍ ତିର୍କି ଓ ଉମାକାନ୍ତ ସାମନ୍ତରାୟ ଦାୟିତ୍ୱ ତୁଲାଇବେ ।ଆସନ୍ତା ନଭେମ୍ବର 11ରେ ନୂଆପଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ 3 ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ନିଜ ନିଜର ବରିଷ୍ଠ ନେତାମାନେ ନୂଆପଡାରେ ଡେରା ପକାଇଛନ୍ତି। ଏବେ ନୂଆପଡା ମାଳ ମାଳ ନେତାରେ ଭର୍ତ୍ତି ହୋଇଯାଇଛି।

Comments are closed, but trackbacks and pingbacks are open.