ନୂଆପଡ଼ା ଉପ ନର୍ବାଚନ: କଂଗ୍ରେସ ସପକ୍ଷରେ ସିପିଆଇ (ଏମ୍) ର ସମର୍ଥନ ଘୋଷଣା

193

ଭୁବନେଶ୍ଵର: ନୂଆପଡ଼ା ଉପ ନର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ଜିତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଉକ୍ତ ଉପ ନିର୍ବାଚନରେ ତ୍ରିମୂଖୀ ଲଢେଇ ହେବ ବୋଲି ଆକଳନ କରାଯାଉଛି। ବିଜେପି, କଂଗ୍ରେସ ଏବଂ ବିଜେଡ଼ି ମଧ୍ୟରେ କଡା ପ୍ରତିଯୋଗୀତା ହେବ ବୋଲି କୁହାଯାଉଛି। ତେବେ ଏହି ସମୟରେ ଏକ ବଡ ଖବର ଆସିଛି। ନୂଆପଡା ଉପ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ବୋଲି ସିପିଆଇ (ଏମ୍) ନିଷ୍ପତ୍ତି ନେଇଛି। ସିପିଆଇ (ଏମ୍) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି କୁ ଦଳ ଆକ୍ରମଣ କରିଥିବା ବେଳେ କାହିଁକି କଂଗ୍ରେସକୁ ସମର୍ଥନ ଘୋଷଣା କରାଯାଇଛି, ସେନେଇ କୁହାଯାଇଛି। ସିପିଆଇ (ଏମ୍) ପକ୍ଷରୁ କୁହାଯାଇଛି ଯେ, “ଓଡ଼ିଶାର ଏକ ବିଶେଷ ରାଜନୈତିକ ପରିସ୍ଥିତିରେ ନୂଆପଡ଼ା ଉପନିର୍ବାଚନ ହେଉଛି। ଆଗାମୀ ନୂଆପଡ଼ା ଉପନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ — ଏହା ଆମ ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସମ୍ପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ଭବିଷ୍ୟତ ଉପରେ ଏକ ଜନମତ ସଂଗ୍ରହ। ତେଣୁ ସିପିଆଇ (ଏମ) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ଜନତା, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ସାମ୍ପ୍ରଦାୟିକ-ହିନ୍ଦୁତ୍ଵବାଦୀ ରାଜନୀତିକୁ ବିଛିନ୍ନ ଏବଂ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ଵାନ ଜଣାଉଛି। ରାଜନୈତିକ ଦୃଷ୍ଟିରୁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

Comments are closed, but trackbacks and pingbacks are open.