ଆଜି ସରିବ ନୂଆପଡା ଉପନିର୍ବାଚନ ପ୍ରଚାର

169

ଭୁବନେଶ୍ବର: ଆଜି ସଂଧ୍ୟାରେ ଶେଷ ହେବ ନୂଆପଡା ନିର୍ବାଚନ ପ୍ରଚାର। ବେଶ କିଛିଦିନ ଧରି ଘୋଘାରେ କମ୍ପି ଉଠିଥିଲା ନୂଆପଡା। ଆଜି ଅପରାହ୍ନରୁ ସେ ସବୁ ବନ୍ଦ ହେବ। ଏହାପରେ ଦଶ ତାରିଖ ଦିନ କାହାକୁ ଭୋଟ ଦିଆଯିବ ସେ ନେଇ ଭୋଟରଙ୍କୁ ଚିନ୍ତା କରିବା ପାଇଁ ସମୟ ଦିଆଯାଇଛି। ଏହାପରେ ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା ବାହାର ନେତାମାନେ ନୂଆପଡା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଜାରୀ କରିଛନ୍ତି। ଏପରିକି କୌଣସି ନେତା ଦେହ ଖରାପ କହି ରହିବାକୁ ଚେଷ୍ଠା କଲେ ତାଙ୍କର ମେଡିକାଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଇଛି। ତେଣୁ ନିୟମ ଅନୁସାରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବାହାର ନେତାମାନେ ସେଠାରେ ରହିପାରିବେ ନାହିଁ।

Comments are closed, but trackbacks and pingbacks are open.