ଏବେ ପିଲାଙ୍କ ପାସପୋର୍ଟ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

22

ନୂଆଦିଲ୍ଲୀ: ପାସପୋର୍ଟ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଯଦି ଆପଣ ନିଜ ପିଲାଙ୍କ ପାଇଁ ନୂଆ ପାସପୋର୍ଟ ଆବେଦନ କରୁଛନ୍ତି କିମ୍ବା ପୁରୁଣା ପାସପୋର୍ଟର ନବୀକରଣ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ ସଂଶୋଧନ ନିୟମ ୨୦୨୬’ ଜାରି କରାଯାଇଛି, ଯାହା ଅଧୀନରେ ପାସପୋର୍ଟର ବୈଧତା ଓ ନିୟମ ସହ ଫି’ରେ ମଧ୍ୟ ସଂଶୋଧନ ହୋଇଛି। ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯାଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟର ବୈଧତା ୫ ବର୍ଷ କିମ୍ବା ସେମାନଙ୍କ ବୟସ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହିତ ପାସପୋର୍ଟ ଫି’ରେ ମଧ୍ୟ ବୃଦ୍ଧି କରାଯାଇଛି। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ୩୬ ପୃଷ୍ଠା ସାଧାରଣ ପାସପୋର୍ଟ ଆବେଦନ ଫି’ ପୂର୍ବରୁ ୧୦୦୦ ଟଙ୍କା ଥିବା ବେଳେ ଏବେ ତାହା ୧୭୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ତତ୍କାଳ ଯୋଜନାରେ ୩୬ ପୃଷ୍ଠାର ପାସପୋର୍ଟ ପାଇଁ ପୂର୍ବରୁ ୩୦୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଆବେଦନକାରୀଙ୍କୁ ୪୨୫୦ ଟଙ୍କା ଦେବାକୁ ହେବ।

Comments are closed, but trackbacks and pingbacks are open.