ରାଜ୍ୟରେ ଦିନକୁ ୭୦ହଜାର କୋଭିଡ୍ ଟେଷ୍ଟ ହେଉଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

28

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ହାର ୫୦୦ ତଳକୁ ରହୁଛି ଇ ଆଗକୁ ପାର୍ବଣ ଥିବାରୁ ଲୋକଙ୍କ ଭିଡ଼ ଜମିଲେ ସଂକ୍ରମଣ ହାର ବଢ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛନ୍ତି। ଏବେ ଦୈନିକ ୬୦ରୁ ୭୦ହଜାର ଲୋକଙ୍କ କୋଭିଡ୍ ଟେଷ୍ଟ ହେଉଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାର୍ବଣରେ ଭିଡ଼ ଜମିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଭିଡ଼ ଉପରେ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିବ। ପୂର୍ବରୁ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ସପିଂ କରିବାବେଳେ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ । ଯେଉଁଠି ସଂକ୍ରମଣ ବଢ଼ିବ ସେଠାରେ କଣ୍ଟେନମେଣ୍ଟ ଜୋନ୍ କରାଯିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ହାର କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ହେବା ଆବଶ୍ୟକ। କୋଭିଡ୍ ସଂକ୍ରମଣରେ ଶରୀରର ଇଣ୍ଟରନାଲ ଇନଫେକ୍ସନ୍ ହେଉଛି । ହାର୍ଟ, ଲଙ୍ଗସ, ବ୍ରେନ୍ ଉପରେ ଅଧିକ ପ୍ରଭାବ ପଡ଼ୁଛି । ଯିଏ ଟିକା ନେଇଛି ତା’ଉପରେ କରୋନାର ପ୍ରଭାବ କମ୍ ରହୁଛି । ଯେଉଁମାନେ ଟିକା ନେଉନାହାନ୍ତି ସେମାନଙ୍କର ଅଧିକ କ୍ଷତି ହେଉଛି। ଟିକା ନେଇଥିବା ଲୋକ ଗୁରୁତର ହେବାର ଆଶଙ୍କା କମ୍ ରହିଛି । ତେଣୁ ଅଧିକ ଭିଡ଼ ନକରି ସଜାଗ ରହିଲେ ରାଜ୍ୟବାସୀ କରୋନା ସଂକ୍ରମଣ କୁ ଏଡାଇ ପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ବିଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.