ଜାରିହେଲା ନଭେମ୍ବର ଗାଇଡଲାଇନ୍‌

23

ରାଜ୍ୟରେ କରୋନା ସଂକ୍ରମଣ ର ସ୍ଥିତି ପ୍ରାୟ ଅନେକ ଅଂଚଳରେ ହ୍ରାସ ପାଇଛି Iପାର୍ବଣ ସମୟ ଥିବାରୁ ସରକାରଙ୍କ ତରଫରୁ ନଭେମ୍ୱର ମାସ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଏହି ଗାଇଡ୍‌ଲାଇନ୍‌ ପାଳନ କରାଯିବ । ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରହିବ ରାତ୍ରକଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରହିବ। କିନ୍ତୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯିବ ନାହିଁ I

ସେହିଭଳି ଅନଲକ ସମୟରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବା ସାଙ୍ଗକୁ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଯିବ ଇ କିନ୍ତୁ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ର ଗାଇଡଲାଇନ୍‌ ଅନୁସାରେ ଏହା ଅନୁପାଳନ କରାଯିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଜ ଅଞ୍ଚଳରେ ଏନେଇ ନିଷ୍ପତ୍ତି। ବାଣ ଫୁଟାଇବା ସମ୍ପର୍କିତ ଗାଇଡଲାଇନ ପୃଥକ ଭାବେ ଜାରି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।।

Leave A Reply

Your email address will not be published.