କୁଖ୍ୟାତ ଅପରାଧୀ ଜିତେନ୍ଦ୍ରକୁ ଗୁଳି

36

ଭୁବନେଶ୍ୱର : କିଛି ଦିନ ଧରି ରାଜଧାନୀରେ ଆତଙ୍କ ଚଳାଇଥିବା କୁଖ୍ୟାତ ଅପରାଧୀ ଜିତେନ୍ଦ୍ରକୁ ଗୁଳି I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଜିତେନ୍ଦ୍ରକୁ ଗୁଳି ମାରିଛି ପୋଲିସ । ଜିତେନ୍ଦ୍ର ଗୋଡ଼ ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି I

ସୂଚନାନୁସାରେ,ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ଗାଡି ଜିତେନ୍ଦ୍ରକୁ ପିଛା କରୁଥିବା ବେଳେ,ପ୍ରଥମେ ଜିତେନ୍ଦ୍ର କାର ଭିତରୁ ଥାଇ ପୋଲିସ କୁ ଗୁଳି କରିଥିଲା I ପ୍ରତିଆକ୍ରମଣରେ ପୋଲିସ ଗୁଳି ଚାଳନା କରିଥିଲା। ଏଥିରେଜିତେନ୍ଦ୍ର ଗୋଡ଼ରେ ଗୁଳି ବାଜି ଆହତ ହୋଇଥିଲା । ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି। ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ।

Comments are closed, but trackbacks and pingbacks are open.