ଭୋଟ ପାଇଁ ନୋଟ ପ୍ରସଙ୍ଗ : ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ମୁଖପାତ୍ର ସୁଲତା ଦେଓ ମଧ୍ୟରେ ଟ୍ୱିଟ୍ ୱାର୍

26

ପୌର ନିର୍ବାଚନ ସମୟରେ ଶାସକ ଦଳ ର ଭୋଟ ପାଇଁ ନୋଟ ବାଣ୍ଟିବା ଘଟଣା ନଜର କୁ ଆସିଛି I ଏହି ଘଟଣାର ଏକ ଭିଡିଓ ଏବେ ସାଓସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I ଏହି ଘଟଣାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଟ୍ୱିଟର ରେ ମଧ୍ୟ ସେୟାର କରିଛନ୍ତି I ତେବେ ଏହାକୁ ନେଇ ବର୍ତ୍ତମାନ ସଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ମୁଖପାତ୍ର ସୁଲତା ଦେଓ ଙ୍କ ମଧ୍ୟରେ ଟ୍ୱିଟ ୱାର ଆରମ୍ଭ ହୋଇଛି I ସେହିଭଳି ଗତ କାଲି ବିଳମ୍ବିତ ରାତିରେ ବାରିପଦା ସହରସ୍ଥ ୧୭ ନ.ୱାର୍ଡ ଓ କେନ୍ଦୁଝରରେ ଟଙ୍କା ବଣ୍ଟା ଯାଉଥିବା ନେଇ ଏକ ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ ଅପରାଜିତା । ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ସେ ଅଭିଯୋଗ କରିଥିଲେ । ଟଙ୍କା ନଦେଲେ ଦଳ ଜିତି ପାରିବନାହିଁ କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ । ସ୍ଥାନ ନେଇ ଭୋଟର ମୂଲ୍ୟ ପରିବର୍ତନ ହେଉଥିବା ଅଭିଯୋଗ କରିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।
ଏହା ପରେ ଅପରାଜିତାକୁ ଟ୍ୱିଟ୍ କରି ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । କହିଲେ, ସାଢ଼େ ଚାରିକୋଟି ଓଡିଆଙ୍କୁ କରନ୍ତୁ ନାହିଁ ଅପମାନିତ । ଓଡିଆମାନଙ୍କର ରହିଛି ଆତ୍ମସମ୍ମାନ ଓ ସ୍ୱାଭିମାନ । ଭୁବନେଶ୍ୱର ମେୟର ଆସନ ପରାଜୟ ଆଶଙ୍କାରେ କେନ୍ଦ୍ରୀୟ ନେତାଙ୍କ ସମ୍ମୁଖରେ ନିଜ ମୁହଁ ବଞ୍ଚାଇବା ପାଇଁ, ଦେଉଛନ୍ତି ଏଭଳି ବୟାନ ।

Comments are closed, but trackbacks and pingbacks are open.