ଆପଣ ନୁହେଁ ମୋଦୀଙ୍କୁ ତୁ

37

ମୋଦୀଙ୍କୁ ଖଡଗେଙ୍କ ତୁ ସମ୍ବୋଧନ । ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦରେ ଖଡଗେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏମିତିକି ମୋଦିଙ୍କୁ ତୁ କହିବାକୁ ମଧ୍ୟ ପଛାଇନାହାନ୍ତି ଖଡଗେ । ବିଜେପି ଉପରେ ବର୍ଷିବା ସହ ଖଡଗେ କହିଛନ୍ତି, ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କୁ ସରକାରଙ୍କ ଏକଛତ୍ରବାଦ ନୀତି ସହ ଦୃଢତାର ସହ ଲଢେଇ କରିବାକୁ ହେବ । ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଭାଷା ପ୍ରୟୋଗ କରିବା ସହ କହିଛନ୍ତି, ତୋ ଭଳି ବହୁତ ଆସିଛନ୍ତି ଓ ଯାଇଛନ୍ତି । ଗଣତନ୍ତ୍ରରେ ଜନତା କାହାକୁ ଡରନ୍ତି ନାହିଁ । ଜନତାଙ୍କ ପାଖରେ ଶକ୍ତି ଅଛି । ତମ ପାଖରେ ଯଦି ଟଙ୍କା ଆଉ ଲାଠି ଶକ୍ତି ଅଛି, ଆମ ପାଖରେ ଭୋଟ୍ ର ଶକ୍ତି ଅଛି ବୋଲି ଖଡଗେ କହିଛନ୍ତି ।

ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ କହିଛନ୍ତି, ଏବେ କେନ୍ଦ୍ରରେ ଥିବା ସରକାର ଆଦୌ ଲୋକତାନ୍ତ୍ରିକ ନୁହେଁ । ଏହି ସରକାର ଲୋକଙ୍କ ପାଇଁ କାମ କରିବା ବଦଳରେ ତାନାଶାହୀ ଚଳାଇଛି । ବିଭିନ୍ନ ପ୍ରସଙ୍ଗରେ ସଂସଦରେ ସ୍ୱର ଉଠାଉଥିଲେ ମଧ୍ୟ ଆମର ଭାଷଣକୁ ହଟାଇ ଦିଆଯାଉଛି । ଆମେ ସଂସଦରେ କୌଣସି ଅପମାନଜନକ ଶବ୍ଦ ବ୍ୟବହାର କରିନଥିଲୁ ବରଂ ଅଦାନୀଙ୍କ ବାବଦରେ ପ୍ରଶ୍ନ କରିଥିଲୁ ।

ଜଣେ ବ୍ୟକ୍ତିଙ୍କ ପାଇଁ ପୂରା ଦେଶକୁ ଗରିବ ରଖିଛନ୍ତି ସରକାର । ମୋଦୀ କହିଥିଲେ ଦୁର୍ନୀତିକୁ ବରଦାସ୍ତ କରିବେନି, କିନ୍ତୁ ବଡ ବଡ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ମୋଦି ବୋଲି କହିଛନ୍ତି ଖଡଗେ ।

Comments are closed, but trackbacks and pingbacks are open.