ଜି-୨୦ ରାତ୍ରୀ ଭୋଜନକୁ ଆମନ୍ତ୍ରିତ ହୋଇନାହାନ୍ତି ଖଡଗେ

157

ରାଜ୍ୟସଭାରେ କଂଗ୍ରେସ ମୁଖ୍ୟ ତଥା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଙ୍କୁ ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି ସୂଚନା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟ ଦ୍ୱାରା ଆନୁଷ୍ଠାନିକ ଭାବେ ଦିଆଯାଇଛି ।

ଜି -୨୦ ସମ୍ମିଳନୀ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବ ଗୌଡାଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ବିହାର ସିଏମ ନୀତୀଶ କୁମାର ଏବଂ ଏମ.କେ ଷ୍ଟାଲିନଙ୍କ ଭଳି ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ତେବେ ଅନ୍ୟ କୌଣସି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ସୂତ୍ରରୁ ପ୍ରକାଶ । ମଲ୍ଲିକାର୍ଜୁନ ଖଡଗେଙ୍କୁ ଡାକିନଥିବାରୁ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ମଲ୍ଲିକାର୍ଜୁନ ଖଡଗେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି ଏବଂ ଦେଶର ସର୍ବବୃହତ ବିରୋଧୀ ଦଳର ସଭାପତି ଅଛନ୍ତି ।

Comments are closed, but trackbacks and pingbacks are open.