କେରଳରେ ଚିନ୍ତା ବଢ଼ାଇଲା ‘ନୋରୋଭାଇରସ୍’

19

କେରଳରେ ଆବିଷ୍କାର ହେଲା ଆଉ ଏକ ନୂଆ ଭାଇରସ ଇ ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ବଢ଼ାଇଥିବା ଏହି ଭାଇରସ ର ନା ହେଉଛି ‘ନୋରୋଭାଇରସ୍’ । ଦୂଷିତ ପାଣି ଏବଂ ଭୋଜନ ଜରିଆରେ ବ୍ୟାପୁଥିବା ଏହି ଭାଇରସ ଦ୍ୱାରା ଲୋକେ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି Iନୋରୋଭାଇରସ୍ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇଲ ରୋଗର କାରଣ ହୋଇଥାଏ। ଏଥିରେ ପେଟ ଏବଂ ଅନ୍ତନଳୀ ଫୁଲିଯାଏ। ଜ୍ଵର, ବାନ୍ତି, ମୁଣ୍ଡ ବ୍ୟଥା ଏବଂ ଶରୀର ବ୍ୟଥା ପରି ଲକ୍ଷଣ ଦେଖିବାକୁ ମିଳିଥାଏ। କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଲୋକଙ୍କୁ ଏହି ରୋଗ ବିଷୟରେ ସତର୍କ କରାଇ ମାର୍ଗଦର୍ଶିକା ଜାରି କରିଛନ୍ତି।
ଦୁଇ ସପ୍ତାହ ପୂର୍ବେ କେରଳର ଓ୍ଵାଏନାଡରେ ନୋରୋ ଭାଇରସ୍ର ୧୩ କେସ୍ ଚିହ୍ନଟ ହୋଇଛି। ଓ୍ଵାଏନାଡ ଜିଲ୍ଲାର ଭିଥିରି ନିକଟସ୍ଥ ପୁକୋଡେରେ ଏକ ପଶୁ ଚିକିତ୍ସା କଲେଜର ୧୩ ଛାତ୍ର-ଛାତ୍ରୀଙ୍କଠାରେ ନରୋଭାଇରସ୍ ଚିହ୍ନଟ ହୋଇଥିଲେ। ଏହା ଏକ ପଶୁଜନିତ ରୋଗ। ବୀଣା ଜର୍ଜ କହିଛନ୍ତି, ବର୍ତ୍ତମାନ ଚିନ୍ତା କରିବାର କୌଣସି ବିଷୟ ନାହିଁ। ମାତ୍ର ସମସ୍ତଙ୍କୁ ସଚେତନ ରହିବାର ଆବଶ୍ୟକତା ରହିଛି। ରସାୟନିକ ସିଞ୍ଚନ କରାଯାଇ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ବର୍ତ୍ତମାନ ସ୍ଵଚ୍ଛ ପାଣି ପିଇବା ଜରୁରୀ।
ନୋରୋ ଭାଇରସ୍ ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିପାରେ ନାହିଁ। ମାତ୍ର ଛୋଟ ଶିଶୁ, ବୃଦ୍ଧ ଏବଂ ଅନ୍ୟ ଗୁରୁତର ରୋଗରେ ପୀଡିତ ଲୋକଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହା ଏକ ସଂକ୍ରାମକ ରୋଗ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପିଥାଏ। ଭାଇରସ୍ ସଂକ୍ରମିତ ଲୋକଙ୍କ ମଳ ଏବଂ ବାନ୍ତି ଜରିଆରେ ମଧ୍ୟ ବ୍ୟାପିଥାଏ।
ଏ ସମ୍ପର୍କରେ କେରଳ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ନୋରୋ ଭାଇରସ୍ ସଂକ୍ରମିତ ତାଙ୍କୁ ଘରେ ବିଶ୍ରାମ ନେବା ଉଚିତ୍। ଓଆରଏସ ଏବଂ ଉଷୁମ ପାଣି ପିଇବା ଅତି ଆବଶ୍ୟକ। ଖାଇବା ପୂର୍ବରୁ ଏବଂ ଶୌଚ ପରେ ଭଲ ଭାବେ ହାତ ଧୋଇବା ସହ ପଶୁ ମାନଙ୍କ ସଂସ୍ପର୍ଶରେ ଆସିଲେ ଭଲ ଭରେ ପରିଷ୍କାର ହେବା ଦରକାର I

Leave A Reply

Your email address will not be published.