ନୋରାଙ୍କ ଫିଟ୍‌ନେସ୍‌ ମନ୍ତ୍ର

35

ବଲିଉଡ଼ରେ ସଫଳ ନୃତ୍ୟାଙ୍ଗନା ଭାବେ କ୍ୟାରିୟର ଗଡ଼ିଥିବା ନୋରା ଫତେହୀଙ୍କୁ ୩୦ ଛୁଇଁସାରିଛି । ହେଲେ ତାଙ୍କୁ ଦେଖିଲେ, ଯେ କେହି କହିବ, ଅତିବେଶୀରେ ୨୦-୨୨ବର୍ଷ ହୋଇଥିବ । ନିକଟରେ ନୋରା ତାଙ୍କ ଆଗାମୀ ଚଳଚ୍ଚିତ୍ର ପ୍ରଚାର ଅବସରରେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉପସ୍ଥାପକ ଜଣକ ପ୍ରତମରୁ ହିଁ ତାଙ୍କୁ ସୁସ୍ଥ ଜୀବନଶୈଳୀର ମନ୍ତ୍ର କଥା ପଚାରିଲେ । ନୋରା ଏ ବାବଦରେ କହିଛନ୍ତି, ପ୍ରତିଦିନ ସେ ଯୋଗ, ପ୍ରାଣାୟମ କରିବା ସହ ନିଜ ଖାଦ୍ୟ ପାନୀୟକୁ ସେ ସଠିକ ଭାବରେ ଖାଇଥାନ୍ତି । ଫଳ ଓ ପନିପରିବା ସିଝା ସେ ଦିନକୁ ୪-୫ଥର ଖାଉଥିବା କହିଛନ୍ତି । ସେ ଫ୍ରିଜରେ ଥିବା ଖାଦ୍ୟ ପାନୀୟକୁ ଆଦୌ ପସନ୍ଦ କରନ୍ତିନି । ନଡ଼ିଆ ପାଣି ହେଉ କି କମଳା ରସ ସବୁ ସଙ୍ଗେସଙ୍ଗେ ପ୍ରସ୍ତୁତ ହେବା ପରେ ନୋରା ପିଅନ୍ତି । ଅନ୍ୟ ଏକ କଥା ହେଉଛି ସେ ପ୍ରତିଥର ଭୋଜନ ପରେ ବସିବାକୁ କିମ୍ବା ଶୋଇବାକୁ ପସନ୍ଦ କରନ୍ତି ନାହିଁ । ଖାଇସାରିବା ପରେ ୧୦-୧୨ ମିନିଟ ଚାଲିବାର ଅଭ୍ୟାସ ତାଙ୍କର ଅଛି । ଯଦିବା କୌଣସି ଦିନ ସେ ବ୍ୟାୟାମ କରିପାରନ୍ତି ନାହିଁ, ସେଦିନ ୨୦-୨୫ ମିନିଟ୍‌ ନୃତ୍ୟଭ୍ୟାସ କରିବାଟା ଥୟ ।

Comments are closed, but trackbacks and pingbacks are open.