ଅଣହିନ୍ଦୁଙ୍କୁ ଜଗିବେ ସେବାୟତ

28

ପୁରୀ: ଏଣିକି ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନର ବଡ ପଦକ୍ଷେପ । ଅଣହିନ୍ଦୁଙ୍କ ପ୍ରବେଶକୁ ରୋକିବା ପାଇଁ ଏବେ ସିଂହଦ୍ୱାର ସମ୍ମୁଖରେ ଜଗି ରହିବେ ପ୍ରତିହାରୀ ସେବାୟତ । ପଣାସଂକ୍ରାନ୍ତି ଅର୍ଥାତ ଆସନ୍ତାକାଲି ଠାରୁ ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଛିକାର ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଏହି ମାମଲାକୁ ଗୁରୁତର ସହ ନେଇ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଏବେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ପରବର୍ତ୍ତି ପର୍ଯ୍ୟାୟରେ ୪ ଦ୍ୱାରରେ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବା ବୋଲି ନିଷ୍ପତି ହୋଇଛି ।

ରେକର୍ଡ ଅଫ ରାଇଟସ୍ ଅନୁଯାୟୀ, ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ମୁତୟନ ରହୁଥିବା ବେଳେ ଏବେ କିଛି ଦିନ ହେଲା ସେ ବ୍ୟବସ୍ଥା ବନ୍ଦ ରହିଛି । ତେବେ ପୂନର୍ବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗର ସମ୍ପାଦକ କହିଛନ୍ତି ।

Comments are closed, but trackbacks and pingbacks are open.