ପୌରନିର୍ବାଚନ ପାଇଁ ଆଜି ଚତୁର୍ଥ ଦିନରେ ନାମାଙ୍କନ ଦାଖଲ

14

ପୌର ନିର୍ବାଚନ ପାଇଁ ଗତ ଦୁଇ ତାରିଖ ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଇ ଯାଇଛି I ଏହା ଆସନ୍ତା ୭ ତାରୀରିଖ ପର୍ଯ୍ୟନ୍ତ ଚାଲିବ I ଆଜି ନାମାଙ୍କନ ପତ୍ର ଦାଖଲ ର ୪ର୍ଥ ଦିନରେ ନୋମିନେସନ୍ ଫାଇଲ୍ କରୁଛନ୍ତି ଜଣେ ପରେ ଜଣେ ପ୍ରାର୍ଥୀ। ଗତ ୩ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିଭଳି ଭୁବନେଶ୍ବର ମହାନଗର ନିଗମରେ ନିର୍ବାଚନକୁ ନେଇ ରାଜନୀତି ପୁରା ସରଗରମ । ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ତିନି ପ୍ରମୁଖ ଦଳ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା ହୋଇସାରିଛି I ବିଜେଡି ଦଳ ତରଫରୁ ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଭାବରେ ,ଯଥାକ୍ରମେ ଭୁବନେଶ୍ୱର ର ମେୟର ପ୍ରାର୍ଥୀ ସୁଲୋଚନା ଦାସ ,କଟକ ମେୟର ପାଇଁ ସୁବାସ ସିଂ ଙ୍କ ନାଁ ଘୋଷଣା ହୋଇଥିବା ବେଳେ ବ୍ରହ୍ମପୁର ମେୟର ପ୍ରାର୍ଥୀଭାବରେ ସଂଘମିତ୍ରା ଦଳେଇ ଙ୍କ ନାଁ ରେ ବିଧିବଦ୍ଧ ଭାବେ ମୋହର ବାଜିଛି I ଅନ୍ୟପଟେ କର୍ପୋରେଟର ଟିକେଟ୍ ହାତେଇବା ପାଇଁ ଶେଷ ମୂହୁର୍ତ୍ତରେ ଲବି ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ । ସେଥିପାଇଁ ସକାଳୁ ସଂଧ୍ୟା ଯାଏଁ ଦଳୀୟ କାର୍ଯ୍ୟାଳୟ ଓ ବିଧାୟକଙ୍କ ଘର ଆଗରେ ଜମୁଛି ଭିଡ । ଯେହେତୁ ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ପୁରା ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇନି ସେଥିପାଇଁ ଆଶାୟୀ ଏବେ ବି ଆଶା ଛାଡିନାହାଁନ୍ତି । ଦଳୀୟ ଟିକେଟ ମିଳୁ କି ନମିଳୁ ଆଗତୁରା ନାମାଙ୍କନ ପତ୍ର କିଣି ନେଇଛନ୍ତି ବହୁ ଆଶାୟୀ।
ସୂଚନାନୁସାରେ ୨ ତାରିଖ ରୁ ୭ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ହୋଇ ୯ ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ସନ୍ଧ୍ୟା ରେ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ ।

Comments are closed, but trackbacks and pingbacks are open.