ମାରିଆ କୋରିନାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

241

ନୂଆଦିଲ୍ଲୀ: ଅନେକ ପ୍ରଚାର କରିବା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷର ନେତୃତ୍ୱ ନେଇଥିବାରୁ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମାରିଆଙ୍କୁ ଭେନେଜୁଏଲାର ‘ଆଇରନ୍ ଲେଡି’ ବୋଲି କୁହାଯାଏ। ଘୋଷଣା କରିବା ସମୟରେ ନୋବେଲ କମିଟି କହିଛି ଯେ, “ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ମାଚାଡୋଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ତାଙ୍କୁ ଏହି ସ୍ୱୀକୃତି ଦେଉଛି।”

Comments are closed, but trackbacks and pingbacks are open.