ବିବାହ ବନ୍ଧନରେ ବାନ୍ଧି ହେଲେ ନୋବେଲ ବିଜେତା ମଲାଲା ୟୁସୁଫଜାଇ

22

ମାତ୍ର ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ବିଜେତା ମଲାଲା ୟୁସୁଫଜାଇ I ସେ ଟ୍ୱିଟ କରି କହିଛନ୍ତି, “ଆଜି ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ଜୀବନରେ ପାର୍ଟନ ଭାବେ ରହିବା ପାଇଁ ଅସର ଓ ମୁଁ ଏକାଠି ହୋଇଛୁ। ଆମେ ବର୍ହିଂହାମ ଘରେ ଓ ପରିବାର ଲୋକଙ୍କ ଉପସ୍ଥିତରେ ନିକ୍କା କରିଛୁ। ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଆପଣମାନଙ୍କ ସହ ଏକାଠି ଆଗକୁ ବଢ଼ିବାକୁ ବେଶ ଉତ୍ସାହିତ ରହିଛୁ।”

ସୂଚନା ଅନୁସାରେ, ମଲାଲା ୟୁସୁଫଜାଇ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ। ମହିଳା ଶିକ୍ଷା ଅଧିକାର ପାଇଁ ପ୍ରଚାର କରୁଥିବା ମଲାଲାଙ୍କୁ ୨୦୧୨ରେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହି ସମୟରେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା। ଗୁଳି ତାଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କୁ ବ୍ରିଟେନର ବର୍ହିଂହାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଶେଷରେ ୨୦୧୪ରେ ସେ ବର୍ହିଂହାମରେ ନିଜ ପରିବାର ଲୋକଙ୍କ ସହ ନୂଆ ଘରରେ ରହିବା ଆରମ୍ଭ କରିଥିଲେ। ବାପାଙ୍କ ସହାୟତାରେ ସେଠାରେ ସେ ‘ମଲାଲା ଫଣ୍ଡ’ ନାଁରେ ଗୋଟିଏ ଚାରିଟୀ ଗଠନ କରିଛନ୍ତି। ମହିଳା ଓ ଝିଅଙ୍କ ସ୍ୱପ୍ନକୁ ପୂରା କରିବା ହିଁ ଏହି ସଂସ୍ଥାର ଲକ୍ଷ୍ୟ। ମଲାଲାଙ୍କ ନିର୍ଭୀକତା ଓ ଲଢ଼େଇକୁ ସମ୍ମାନ ଜଣାଇ ୨୦୧୪ ଡିସେମ୍ବର ମାସରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଫିଲୋସଫି, ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଛନ୍ତି। ୨୦୨୦ରେ ସେ ସେଠାରୁ ଗ୍ରାଜ୍ୟୁଏଟ ହୋଇଥିଲେ I

ଅନ୍ୟପକ୍ଷରେ ମଲାଲା ତାଙ୍କ ସ୍ୱାମୀ ଅସର ମଲିକଙ୍କ ବିଷୟରେ ଅଧିକ କିଛି ତଥ୍ୟ ଦେଇନାହାନ୍ତି। 

Leave A Reply

Your email address will not be published.