ଅନ୍ଧାରୀ ବିଜେ କୁ ‘ନାଁ’ : ଭୋଟର ହାତରେ ହାତରେ ଠେଙ୍ଗା ବାଡି ଧରି ରାତିରେ ସାରା ଜଗିଲେ

17

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବ ପୂର୍ବରୁ ପ୍ରଚାର ସାରିଛି I ପ୍ରଚାର ମୈଦାନ ରେ ନେତା ଓ ପ୍ରାର୍ଥୀ ମାନଙ୍କର ବଳ କଷାକଷି ସାରିଛି I ବର୍ତ୍ତମାନ ଆରମ୍ଭ ପ୍ରଚାର ର ଦ୍ବିତୀୟ ଅଧ୍ୟାୟ ଅର୍ଥାତ ନିର୍ବାଚନ ମଇଦାନକୁ ଓଲ୍ହାଇଥିବା ନେତାମାନେ ରାତି ଅଧରେ ଯାଇ ଭୋଟର ଙ୍କୁ ପ୍ରଲୋଭିତ କରିବା ପାଇଁ ଅର୍ଥ ସାଙ୍ଗକୁ ଅନ୍ୟାନ୍ୟ ଜିନିଷ ବାଣ୍ଟିବେ ଇ କିନ୍ତୁ ଡିଜିଟାଲ ଯୁଗରେ ଭୋଟର ମଧ୍ୟ ସଚେତନ ହେଲେଣି ତେଣୁ କାଳେ କେହି ରାତି ଅଧରେ ଆସି ଭୋଟରଙ୍କୁ ପ୍ରଭାବିତ କରିବ ହାତରେ ଠେଙ୍ଗା ବାଡି ଧରି ଗାଁର କିଛି ସଚେତନ ଯୁବକ ଗାଁ ମୁଣ୍ଡରେ ଜରି ରହିଛନ୍ତି । ଏ ଭଳି ଖବର ଆସି ପହଂଚିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଜଗୁଲେଇପଦା ଗାଁ ରୁ I
ପଂଚାୟତ ନିର୍ବାଚନ ନିରପେକ୍ଷ ଓ ଅବାଧ ହେଉ ବୋଲି ଏମାନେ ଦାବି କରିଛନ୍ତି । ପୋଲିସ ଆସି ଗାଁ ଲୋକଙ୍କୁ ଦେଖିବା ପରେ ସଚେତନ ଭୋଟର ଙ୍କୁ ପ୍ରଶଂସା କରି ସେଠାରୁ ଫେରି ଯାଇଛି ।

Comments are closed, but trackbacks and pingbacks are open.