ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ବେଳା ‘ବିଦ୍ୟୁତ୍‌ କାଟ କରନି, ଜାରି ରଖ ନିରବଚ୍ଛିନ୍ନ ଯୋଗାଣ’:ମୁଖ୍ୟ ଶାସନ ସଚିବ

19

‘ଦିନ ବେଳI ବିଦ୍ୟୁତ କାଟ ବନ୍ଦ କର’ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବାରମ୍ବାର କମ୍ପାନୀ ମାନଙ୍କର ର ବିଦ୍ୟୁତ କାଟ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି Iଆଉ ଦିନ କେଇଟା ପରେ ପିଲା ମାନଙ୍କର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି I ଏହା ସହିତ ଏପ୍ରିଲ ମାସ ରୁ ଅହେତୁକ ଗରମ ଓ ଗୁଳୁ ଗୁଳି ଚରମସୀମା ରେ ପହଂଚିଲାଣି I ରାଜ୍ୟରେ ବିଦ୍ୟୁତ୍‌ କାଟ୍ ସମସ୍ୟା ଦେଖାଦେଇଥିବା ବେଳେ ଆଜି ଏହାର ସମୀକ୍ଷା କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏଥିନିମନ୍ତେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିଲା ବୈଠକ । ବୈଠକ ପରେ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହିତ ଦିନ ବେଳା ବିଦ୍ୟୁତ କାଟ ନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି I
ଏନଟିପିସି ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍‌ ଶକ୍ତିର ଅଭାବ ଦେଖାଦେଇଛି । ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେଣୁ ତୁରନ୍ତ ଏହି ଷ୍ଟେସନର ମରାମତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଅଧିକ ବିଦ୍ୟୁତ ଉତ୍ପାଦନ କରିବାକୁ ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯିବା ସହ ପର୍ଯ୍ୟପ୍ତ ପରିମାଣର ଭଲ କୋଇଲା ଯୋଗାଣ ପାଇଁ IPPକୁ କୁହାଯାଇଛି ଇ
ଭିସି ଜରିଆରେ ବସିଥିବା ବୈଠକରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ । ରାଜ୍ୟରେ ଏବେ ଯେଉଁ ବିଜୁଳି କାଟ ହେଉଛି ତାହା ସାମୟିକ ବୋଲି କୁହାଯାଇଛି । ଗ୍ରୀଡ୍କୋ, ଓପିଟିସିଏଲ, ଓଏଚପିସି, ଓପିଜିସି ପରି ବିଦ୍ୟୁତ ଉତ୍ପାଦନ କାରୀ ସଂସ୍ଥାର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ପୂର୍ବ ତୁଳନାରେ ୧୦% ବୃଦ୍ଧି ପାଇଛି । ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍‌ ଚାହିଦା ୫ ହଜାର ୨ଶହ ମେଗାଓ୍ୱାଟରୁ ୫ ହଜାର ୪ଶହ ମଧ୍ୟରେ ରହୁଛି । ତେବେ ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୪ ହଜାର ୮ଶହ ମେଗାଓ୍ୱାଟ ରହିଛି । ବିଦ୍ୟୁତ୍‌ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ତେଣୁ ଏହାର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୟିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇ ଆଇପି ବା ବିଦ୍ୟୁତ ଉତ୍ପାଦନ କାରୀ ସଂସ୍ଥା ମାନଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

Comments are closed, but trackbacks and pingbacks are open.