ଆଉ ଯିବାକୁ ପଡିବନି ବ୍ୟାଙ୍କ !

17

ମୋଦୀଙ୍କ ବଡ ଘୋଷଣା ! ବାହାର ଦେଶରେ ରହୁଥିବା ବ୍ୟକ୍ତି ପାଇଁ ଖୁସି ଖବର ! ଟଙ୍କା ପଠାଇବାକୁ ଆଉ ଯିବାକୁ ପଡିବନି ବ୍ୟାଙ୍କ ! ବାହାରେ ଦେଶରେ ଥିଲେ ମଧ୍ୟ କରିପାରିବେ ୟୁପିଆଇ ପେମେଣ୍ଟ !
ୟୁପିଆଇର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଆଜି କାଲିର ଯୁବ ସମାଜ ଡିଜିଟାଲ ଟଙ୍କା କାରବାରକୁ ବେଶି ପ୍ରଧାନ୍ୟ ଦେଉଛନ୍ତି । ଦୋକାନ ବଜାରଠୁ ଆରମ୍ଭ କରି ଟଙ୍କା ନେଣଦେଣ ପାଇଁ ସବୁ କ୍ଷେତ୍ରରେ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି । ୟୁପିଆଇ ପେମେଣ୍ଟ ସିଷ୍ଟମ ଆସିବା ପରେ ଲୋକଙ୍କୁ ପକଟରେ ଟଙ୍କା କିମ୍ବା ଏଟିଏମ୍ କାର୍ଡ ନେବାକୁ ପଡୁନି ।

ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁପିଆଇ ସିଷ୍ଟମ୍ ଅନେକ ଦେଶରେ ଚାଲୁଥିବା ବେଳେ ଏହି ତାଲିକାରେ ଆଉ ଏକ ନୂଆ ନାଁ ସାମିଲ ହେବାକୁ ଯାଉଛି । ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର ସୁବିଧାର ଉଦଘାଟନ ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ । ଏହା ଦ୍ୱାରା ୟୁପିଆଇ ସିଂଗାପୁରର ପେ-ନାଁଓ ସହ କନେକ୍ଟ ହେବ । ତେଣୁ ସିଂଗାପୁରର ପେନାଁଓ ସହ ୟୁପିଆଇ ଯୋଡିହେବା ଦ୍ୱାରା ଦୁଇ ଦେଶ ମଧୟରେ ନେଣଦେଣ ପ୍ରକ୍ରିୟା ବହୁତ ମଜଭୁତ୍ ହୋଇଯିବ । ଅତି ସହଜରେ ଲୋକେ ଅନ୍ୟ ଦେଶରେ ଥାଇ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ ।

ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ୟୁପିଆଇ ଏବଂ ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିବେ । ପିଏମଓ ତରଫରୁ ମିଳିଥିବା ସୂଚନା ଆଧାରରେ, ପିଏମ୍ ମୋଦି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହେବେ । ଏବଂ ଏହି କନେକ୍ଟିଭିଟିର ଶୁଭାରମ୍ଭ କରିବେ । ରିପୋର୍ଟ ଅନୁସାରେ, ସିଂଗାପୁରରେ ପାଖାପାଖି ୩.୪୫ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି । ଏହି କନେକ୍ଟିଭିଟି ସିଷ୍ଟମ୍ ଆରମ୍ଭ ହେବା ଦ୍ୱାରା ଆଗକୁ ଲକ୍ଷ ଲକ୍ଷ ଭାରତୀୟ ଏହା ଦ୍ୱାରା ଲାଭବାନ ହେବେ । କେବେଳ ଯେ, ଉଭୟ ଦେଶମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ପ୍ରକ୍ରିୟା ସହଜ ହେବ ତା ନୁହେଁ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ସହାୟକ ହେବ ।

Comments are closed, but trackbacks and pingbacks are open.