ଆଉ ଚାଲିବନି ଅନଲାଇନ୍ କ୍ୟାବ୍

21

ନୂଆଦିଲ୍ଲୀ: ଅନଲାଇନ୍ କ୍ୟାବ୍ କମ୍ପାନିଙ୍କ ମନମାନିରେ ଲାଗିଲା ଅଙ୍କୁଶ । ବିନା ଲାଇସେନ୍ସରେ ରାଜ୍ୟରେ କରିପାରିବେନି ବ୍ୟବସାୟ । ପରିବହନ ବିଭାଗ ପାଖରେ ରହିବ ଗାଡ଼ି ଚାଳକଙ୍କ ତଥ୍ୟ । ଅଭିଯୋଗ ପାଇଁ ରଖିବେ ୨୪ ଘଣ୍ଟିଆ କଲ୍ ସେଣ୍ଟର । ସରକାରଙ୍କ ସ୍କାନରରେ ରହିବେ ଓଲା, ଉବର, ରାପିଡୋ, ଓଡିକ୍ୟାବ୍ ଭଳି ଅନ୍ଲାଇନ୍ କ୍ୟାବ୍ । ସେବା ପ୍ରଦାନକାରୀ ସଂସ୍ଥା। ବ୍ୟବସାୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ- STA ଠାରୁ ନେବେ ଲାଇସେନ୍ସ ।

ଏଥିପାଇଁ ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା ।

ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

Comments are closed, but trackbacks and pingbacks are open.