ଆଉ ରହିବେନି ନକଲି ଡାକ୍ତର !

28

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ନକଲି ଡାକ୍ତରଙ୍କୁ ଧରପଗଡ଼ ପାଇଁ ଅଭିଯାନକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ମାର୍ଚ୍ଚ ୧୦ ସୁଦ୍ଧା ନିଜ ନିଜ ସାର୍ଟିଫିକେଟ ଜମା କରିବାକୁ ରାଜ୍ୟର ସମସ୍ତ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ସହିତ ଡିଗ୍ରୀ, ପିଜି ଓ ସୁପର ସ୍ପେଶିଆଲାଇଜେସନ ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ରହିଛି ।

ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ । ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ତର୍ଜମା କରାଯିବ । ଏହାପରେ ଡିଏମଇଟି ଓଡ଼ିଶା ଏକ କନସୋଲିଡେଟେଡ୍ ରିପୋର୍ଟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ନିକଟରେ ଜମା କରିବେ । ସାର୍ଟିଫିକେଟ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ବା କିଛି ତ୍ରୁଟି ଥିଲେ ଓମଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ବହୁ ସଂଖ୍ୟକ ନକଲି ଡାକ୍ତର ଥିବା ଅଭିଯୋଗ ଆସିଥିଲା ।

ଏହାପରେ ରାଜ୍ୟର ଡାକ୍ତରମାନଙ୍କ ଶିକ୍ଷଗତ ଯୋଗ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ନିର୍ଦ୍ଦେଶ ମୁତାବକ ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ପ୍ରକ୍ରିୟା ଆରମ୍ଭ କରିଛି ।

Comments are closed, but trackbacks and pingbacks are open.