ଗଣତନ୍ତ୍ରରେ କୌଣସି ସଂସ୍ଥା ପର୍‌ଫେକ୍ଟ ନୁହେଁ: ସିଜେଆଇ

28

ନୂଆଦିଲ୍ଲୀ : କଲେଜିୟମ୍‌କୁ ନେଇ ହେଉଥିବା ପ୍ରଶ୍ନ ମଧ୍ୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକ ବଡ଼ ବୟାନ ଦେଇଛନ୍ତି । ସିିଜେଆଇ କହିଛନ୍ତି, ଗଣତନ୍ତ୍ରରେ କୌଣସି ବି ସଂସ୍ଥା ପରଫେକ୍ଟ ହୋଇ ନଥାନ୍ତି । ଆମକୁ ବର୍ତ୍ତମାନର ବ୍ୟବସ୍ଥା ମଧ୍ୟରେ ହିଁ କାମ କରିବାକୁ ପଡ଼ିଥାଏ । ସାମ୍ବିଧାନିକ ବ୍ୟବସ୍ଥାରେ ବିଚାରପତିମାନେ ଆଜ୍ଞାକାରୀ ସୈନିକ ପରି କାମ କରିଥାନ୍ତି । ସମ୍ବିଧାନ ଦିବସର ପୂର୍ବ ସନ୍ଧ୍ୟା ଅବସରରେ ସୁପ୍ରିମ୍‌କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିକ କାର୍ଯ୍ୟକ୍ରମରେ ସିଜେଆଇ ଏହା କହିଛନ୍ତି । ତେବେ ସବୁଠୁ ଖାସ୍ ବିଷୟ ହେଉଛି, କଲେଜିୟମ୍‌କୁ ନେଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ା ନିଜ ମତ ରଖୁଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କରେନ ରିଜିଜୁ ସେଠାରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, କିଛିଦିନ ତଳେ ରିଜିକୁ ବର୍ତ୍ତମାନର କଲେଜିୟମ୍ ସିଷ୍ଟମ୍ ଉପରେ ପ୍ରଶ୍ନ ଉଠାଇ ଏହାକୁ ଅପାରଦର୍ଶୀ ବେଲି କହିଥିଲେ । ସିଜେଆଇ ଆହୁରି କହିଥିଲେ, କେବଳ ଭଲ ଲୋକଙ୍କୁ ନ୍ୟାୟପାଳିକାକୁ ଆଣିବା କଲେଜିୟମ୍‌ରେ ସୁଧାର କାର୍ଯ୍ୟ ନୁହେଁ । ସାର୍ବଜନୀନ ସେବା ପ୍ରତି ପ୍ରତିଶ୍ରୁତିବଦ୍ଧ ଭାବନା ପାଇଁ କିଛି ଲୋକ ଜଜ୍ ହୋଇଥାନ୍ତି । ଏହା ଅନ୍ତରାତ୍ମାର ସ୍ୱର ହୋଇଥାଏ । ନଚେତ୍ ଜଣେ ଜଜ୍‌ଙ୍କ ଆୟ ଜଣେ ସଫଳ ଓକିଲଙ୍କ ଦିନକର ଆୟଠାରୁ ବହୁତ କମ୍ ।

Comments are closed, but trackbacks and pingbacks are open.