ବୟଫ୍ରେଣ୍ଡ ନଥିଲେ କଲେଜ ମନା : ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ସହ ଚିଠି ଭାଇରାଲ

17

ଆଉ କିଛି ଦିନ ପରେ ଆରମ୍ଭ ହେବ ପରାମ ଦିବସ ସପ୍ତାହ (Valentine’s Day)। ଯାହାକୁ ଆଜିର ଯୁବପିଢ଼ି ଖବୁ ଧୁମଧାମରେ ସେଲିବ୍ରେଟ କରିନ୍ତି। ନିଜର ଗର୍ଲଫ୍ରେଣ୍ଡ (Girlfriend) କିମ୍ବା ବୟଫ୍ରେଣ୍ଡ (Boyfriend) ସହ ବୁଲିବା ସହ ଗିଫ୍ଟ ମଧ୍ୟ ପରସ୍ପରକୁ ଦିଆନିଆ ହୁଅନ୍ତି। ହେଲେ ଏହି ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏକ ଚିଠି ଭାଇରାଲ ହେଉଛି। ଯାହାକୁ ନେଇ ସବୁ ମହଲରେ ବେଶ୍ ଚର୍ଚ୍ଚା। ଭାଇରାଲ ହେଉଥିବା ଏହି ଚିଠି ଏକ କଲେଜର, ଯେଉଁଥିରେ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ମଧ୍ୟ ରହିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ଏସଭିଏମ୍ କଲେଜ୍ (SVM College) ଏକ ଚିଠି ଜାରି କରିଛି। ଯେଉଁଥିରେ ଲେଖା ଅଛି ଆସନ୍ତା ଫେବୃଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷ ନିମନ୍ତେ ଅତି କମରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି।

ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିୟମ ଜାରି କରାଯାଇଛି। ବୟଫ୍ରେଣ୍ଡ ସହ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ। ଏହା ସମସ୍ତ ଛାତ୍ରୀଙ୍କ କ୍ଷେତ୍ରରେ ବାଧ୍ୟତାମୂଳକ। ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଏହା ଉଦ୍ଧିଷ୍ଟ।

Comments are closed, but trackbacks and pingbacks are open.