ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ନାହିଁ ଆଶ୍ଵସ୍ତି : ବଢିଲା ନ୍ୟାୟିକ ହେପାଜତ ଅବଧି

193

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ଵସ୍ତି ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ହେପାଜତକୁ ପୁଣିଥରେ ବୃଦ୍ଧି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବୃଦ୍ଧି କରିଛନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଭଳି ଇଡି ଗିରଫ କରିଛି। ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ। ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ଓକିଲ ଆବେଦନ କରିଥିବାବେଳେ ଜଷ୍ଟିସ ମନମୋହନ କହିଛନ୍ତି, ପ୍ରଥମେ ବିଚାରପତିମାନଙ୍କୁ କାଗଜପତ୍ର ଦେଖିବା ପାଇଁ ଦିଅନ୍ତୁ। ତା’ପରେ ଆମେ ପରଦିନ ମାମଲାର ଶୁଣାଣି କରିବୁ। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। କୋର୍ଟ ଏକ ନୋଟିସ ଜାରି କରି ଏହି ମାମଲାରେ ସିବିଆଇରୁ ଉତ୍ତର ମାଗିଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୧୭ରେ ହେବ। ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଗିରଫ କରିଥିଲା। ଜୁନ ୨୦ରେ ସେ ନିମ୍ନ ଅଦାଲତରୁ ଜାମିନ ପାଇଥିଲେ କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

Comments are closed, but trackbacks and pingbacks are open.