ନୀତୀଶଙ୍କ ଘୋଷଣା: ମିଳିବ ମାଗଣା ବିଦ୍ୟୁତ୍

214

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଦ୍ୟୁତ୍ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏହି ମାସରୁ ଅର୍ଥାତ୍ ଜୁଲାଇ ବିଲ୍ ରୁ ଲୋକମାନେ ମାଗଣା ବିଦ୍ୟୁତ୍ ପାଇବେ। ନୀତିଶ କୁମାର ଘୋଷଣା କରିଛନ୍ତି ଯେ, ଏବେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ପ୍ରକୃତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ସରକାରୀ X ହ୍ୟାଣ୍ଡେଲରୁ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ଆମେ ଆରମ୍ଭରୁ ସମସ୍ତଙ୍କୁ ଶସ୍ତା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଆସୁଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ, ଅଗଷ୍ଟ ୧ ତାରିଖ ୨୦୨୫ ଅର୍ଥାତ୍ ଜୁଲାଇ ବିଲ୍ ରୁ, ରାଜ୍ୟର ସମସ୍ତ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ରାଜ୍ୟର ମୋଟ ୧ କୋଟି ୬୭ ଲକ୍ଷ ପରିବାର ଉପକୃତ ହେବେ।”

Comments are closed, but trackbacks and pingbacks are open.