ସିବିଆଇ ଚଢାଉକୁ ନେଇ ମୁହଁ ଖୋଲିଲେ ନିତୀଶ

27

ଲାଲୁଙ୍କ ପରିବାର ଉପରେ ଇଡିର ଚଢାଉ । ତେବେ ଏହି ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ନୀତୀଶ । ସେ କହିଛନ୍ତି, ଏଭଳି ରେଡ ୨୦୧୭ରେ ମଧ୍ୟ ହୋଇଥିଲା । ସେ ସମୟରେ ଜେଡିୟୁ ଏବଂ ଆରଜେଡି ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ନୀତୀଶ କହିଛନ୍ତି ଯେ , ୫ ବର୍ଷ ପରେ ଦୁଇ ଦଳ ଏକାଠି ହୋଇଛନ୍ତି । ଆଉ ପୁଣି ଏଭଳି ରେଡ ଆରମ୍ଭ କରାଯାଇଛି ।

ସେହିଭଳି ସେ କହିଛନ୍ତି ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ ପଠାଇଛି । ଆମେ ଯେତେବେଳେ ଏକାଠି ହେଉଛୁ ସେତେବେଳେ ହିଁ ସିବିଆଇ ରେଡ କରୁଛି । ଏହା ଉପରେ ମୁଁ ଆଉ କଣ କହିବି ବୋଲି ସେ କହିଥିଲେ । ଜମି ବଦଳରେ ଚାକିରୀ ମାମଲାରେ ସିବିଆଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରା ଉଚରା ପାଇଁ ସମନ କରିଥିଲା । ସିବିଆଇର ଦଳ ତେଜସ୍ୱୀଙ୍କୁ ଏହି ବାବଦରେ ପଚରାଉଚରା କରିବା ପାଇଁ ଚାହୁଁଛି ।

ତେଣୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ନୀତିଶ । ତେବେ ଆଗାମୀ ଦିନରେ ସିବିଆଇ ଜାଲରେ କେଉଁ ନେତା ନଜର ଆସୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.