ବିହାରରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

27

ବିହାର ରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର I ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ I ରାଜ୍ୟପାଳ ଫଗୁ ଚୌହାନ ନୀତିଶଙ୍କୁ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ମଙ୍ଗଳବାର ଏନଡିଏ ରୁ ଓହରି ନାଟକୀୟ ଢଙ୍ଗରେ ଇସ୍ତଫI ଦେଇଥିଲେ I ପରେ ଆରଜେଡି ସହିତ ୭ଟି ଦଳ ମିଶି ମହାମେଣ୍ଟ କରି ପୁଣି ଥରେ ବିହାରର ଶାସନ ଗାଦିରେ ବସି ସରକାର ଗଠନ କରିଛନ୍ତି ନୀତିଶ I
ନୀତୀଶ କୁମାର ୨୦୦୦ ମସିହାରେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୨ ବର୍ଷ ମଧ୍ୟରେ ଏହାକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେଣି। କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳର ଶପଥ ନେଇନଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି । କୁହାଯାଉଛି ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ୩୫ ମନ୍ତ୍ରୀ ସାମିଲ ହୋଇପାରନ୍ତି । ଏଥିମଧ୍ୟରୁ ଜେଡିୟୁ ଓ ଆରଜେଡିର ୧୪ ଲେଖାଁଏ ମନ୍ତ୍ରୀପଦ ମିଳିପାରେ । କଂଗ୍ରେସକୁ ୩, ବାମପନ୍ଥୀ ଦଳଙ୍କୁ ୨ଟି ମନ୍ତ୍ରୀପଦ ମିଳିବା ସମ୍ଭାବନା ରହିଛି । ଜିତନ ରାମ ମାଞ୍ଝିଙ୍କ ହାମକୁ ଗୋଟିଏ ମନ୍ତ୍ରୀପଦ ମିଳିପାରେ । ତେବେ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ

Comments are closed, but trackbacks and pingbacks are open.