ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

461

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ନୀତିଶଙ୍କ ଇସ୍ତଫା ସହ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଣ୍ଟ ଭାଙ୍ଗିଛି । ପୁଣି ବିଜେପିରେ ମିଶିବେ ନୀତୀଶ ।

ଇସ୍ତଫା ପତ୍ର ପ୍ରଦାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି ଯେ, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସରକାର ଭଙ୍ଗ ପାଇଁ ମଧ୍ୟ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛି । ରାଜ୍ୟବାସୀ ଓ ଦଳୀୟ ନିଷ୍ପତ୍ତି ଅନୁଯାୟୀ ଏହି ସବୁ ନିଷ୍ପତ୍ତି ନିଆଯାଇଥିବା ନୀତୀଶ କୁମାର କହିଛନ୍ତି’।

ସେପଟେ ରାଜଭବନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ପାଇଁ ଉତ୍ସବ ସମାରୋହ ପ୍ରସ୍ତୁତି ଚାଲିଛି । ଆଜି ସଂଧ୍ୟା ୪ଟା ସୁଦ୍ଧା ଜେଡିୟୁ-ବିଜେପି ମେଣ୍ଟରେ ବିହାରରେ ନୂଆ ସରକାର ଗଠନ ହୋଇପାରେ । ଜେଡିୟୁ ସୁପ୍ରିମୋ ନୀତିଶ କୁମାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଅନ୍ୟପଟେ ବିଜେପିରୁ ୨ ଜଣ ବିଧାୟକଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ।

Comments are closed, but trackbacks and pingbacks are open.