ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର: ମନ୍ତ୍ରୀ ଭାବେ ଶପଥ ନେଲେ ୨୬ ବିଧାୟକ

173

ନୂଆଦିଲ୍ଲୀ: ଆଜି ବିହାରରେ ଏକ ଐତିହାସିକ ଦିନ। ଆଜି ନୀତିଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାଟନାର ଗାନ୍ଧୀ ମୈଦାନରେ ବିହାର ରାଜ୍ୟପାଳ ତାଙ୍କର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୨୬ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ଅନେକ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ସମାରୋହ ପାଇଁ ଦୁଇଟି ମଞ୍ଚ ପ୍ରସ୍ତୁତ କରାଯାଇଛି ଏବଂ ୧୧ଟି ଏନଡିଏ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ୧୫୦ ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

Comments are closed, but trackbacks and pingbacks are open.