ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ

87

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ। ନୀତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବଡ଼ ସେଲିବ୍ରେସନ ହୋଇଛି । ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି। ନୀତିନ ନବୀନଙ୍କ ସୁରକ୍ଷା ଦାୟିତ୍ବ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) କମାଣ୍ଡୋ କରିବେ। ସୂଚନା ଅନୁଯାଇ ଏହି ନିଷ୍ପତ୍ତି ଇଣ୍ଟେଲେିଜେନ୍ସୀ ବ୍ୟୁରୋର ରିପୋର୍ଟ ଅନୁସାରେ ନିଆଯାଇଛି। ସମ୍ଭାବ୍ୟ ବିପଦକୁ ଦେଖି ଉଚ୍ଚସ୍ତରୀୟ ସୁରକ୍ଷା ସୁପାରିଶ କରାଯାଇଥିଲା। ପରେ ଗୃହ ମନ୍ତ୍ରଣାଳୟ Z କ୍ୟାଟେଗୋରୀ ସୁରକ୍ଷାକୁ ମଞ୍ଜୁରୀ ଦେଇଛି।

Comments are closed, but trackbacks and pingbacks are open.