ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ନିର୍ମଳାଙ୍କ ବଜେଟ୍ ଆଲୋଚନା

26

ନୂଆଦିଲ୍ଲୀ: ପ୍ରାକ୍ ବଜେଟ୍ ଆଲୋଚନା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ଆସନ୍ତା ବଜେଟ୍ (୨୦୨୩-୨୪) ପ୍ରସ୍ତୁତିକୁ ନେଇ ଏହି ଅର୍ଥମନ୍ତ୍ରୀମାନେ ସେମାନଙ୍କର ପ୍ରସ୍ତାବ ଓ ପରାମର୍ଶ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଭଗୱତ୍ କରାଡ୍‌, ବଜେଟ୍ ପ୍ରସ୍ତୁତି ସହ ସଂପୃକ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ଅଧିକାରୀଙ୍କ ସମେତ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନ ମଧ୍ୟ ଉପସ୍ଥିତ ଥିଲେ । ନିର୍ମଳା ଇତିପୂର୍ବରୁ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ଶିଳ୍ପପତି ଓ କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା କରିସାରିଛନ୍ତି ।

Comments are closed, but trackbacks and pingbacks are open.