ବିରୋଧୀଙ୍କୁ ଧୋଇଦେଲେ ନିରଞ୍ଜନ ପ୍ରମିଳା !

23

ବିରୋଧୀଙ୍କୁ ଧୋଇଦେଲେ ନିରଞ୍ଜନ ପ୍ରମିଳା ! ନବୀନଙ୍କୁ କାଉଣ୍ଟର କରିବା ବିରୋଧୀଙ୍କୁ ପଡିଲା ଭାରି ! ନବୀନ କଥାରେ ହିଁ ଶାସନ ଚାଲିଛି । ଆକ୍ସନ ମୋଡରେ ବିରୋଧୀ ଦଳର ନେତା । ନବୀନ ନୁହଁ ଏବେ ଅଫିସ୍‌ରଙ୍କ ଉପରେ କାଉଣ୍ଟର ଆଟାକ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଘେରିବା ସହ ରାଜ୍ୟରେ ଅଫିସର ରାଜ ଚାଲିଥିବା କହିଛନ୍ତି । ଆଉ ବିରୋଧୀଙ୍କ ଏଭଳି ଅଭିଯୋଗର ପ୍ରତିଜବାବ ରଖିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ନିରଞ୍ଜନ କହିଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ହିଁ ଆମର ସର୍ବୋଚ୍ଚ ନେତା । କିନ୍ତୁ ବିରୋଧୀ ଗୃହରେ ମନ୍ତ୍ରୀମାନଙ୍କ ସମ୍ମାନ ହାନି କଲା ଭଳି କଥା କହୁଛନ୍ତି । ତେଣୁ ଗୃହରେ ଏହାକୁ ମୁଁ କାଉଣ୍ଟର କରିଥିଲି । ମୋ ଫଟୋ ଦେଖାଇ ବିଭିନ୍ନ ଅଭିଯୋଗ କରୁଛନ୍ତି । କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରୁଥିଲି, ମଞ୍ଚ ଉପରେ ଆଉ କାହାକୁ ନୁହେଁ । ବିରୋଧୀ ବାରମ୍ବାର ମନ୍ତ୍ରୀ ମାନଙ୍କ ସମ୍ମାନ କ୍ଷୂର୍ଣ୍ଣ କଲା ଭଳି କଥା କହୁଛନ୍ତି ।

ତେଣୁ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି । ସେହିଭଳି ବିଜେଡି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାରେ ହିଁ ଓଡ଼ିଶାରେ ଶାସନ ଚାଲିଛି । ଅନ୍ୟ ସବୁ ଚର୍ଚ୍ଚା ମିଡ଼ିଆ ଓ ବିରୋଧୀ କରୁଛନ୍ତି । ବିକାଶ ମୂଳକ କାମ ପାଇଁ କୌଣସି ଅଫିସରଙ୍କ ପାଖରେ ବସି ଆଲୋଚନା କରିବାରେ ଅସୁବିଧା ନାହିଁ ତ । ସେହିଭଳି ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବିରୋଧୀ ଦଳର ନେତାଙ୍କ ବୟାନ ବାଜି ଥମୁନିଥିବା ବେଳେ ଏହାକୁ ନେଇ ଆକ୍ସନ ମୋଡରେ ଶାସକ ଦଳର ନେତା ।

Comments are closed, but trackbacks and pingbacks are open.