୧୬ରୁ ନବମ ଶ୍ରେଣୀ ଖୋଲିବ

28

ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପାଠପଢା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହିତ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ କହିଛି ।

ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିଲେ ସକାଳ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏଥିପାଇଁ ପିଲାଙ୍କ ଉପସ୍ଥାନ ବାଧ୍ୟତା ମୂଳକ କରାଯାଇନାହିଁ । ଅଭିଭାବକ ଚାହିଁଲେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ପଠାଇ ପାରିବେ । ନଚେତ୍‌ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ କ୍ଲାସ୍‌ କରିପାରିବେ । ଶ୍ରେଣୀ ଗୃହରେ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରାଯିବ । ରବିବାର ଏବଂ ଅନ୍ୟାନ୍ୟ ଛୁଟି ଦିନଗୁଡ଼ିକରେ ସ୍କୁଲ୍‌ ବନ୍ଦ ରହିବ ବୋଲି ଗଣଶିକ୍ଷା ବିଭାଗ ବଜ୍ଞପ୍ତି ପ୍ରକାଶ କରିଛି ।

Leave A Reply

Your email address will not be published.