ନୀଳଗିରି ପୁଲିସର ହୀନ କାର୍ଯ୍ୟ : ବ୍ୟକ୍ତିଗତ ଆକ୍ରୋଶ କୁ ନେଇ ଚିକିତ୍ସାଧୀନ ସାମ୍ବାଦିକଙ୍କ ଗୋଡ଼ରେ ପକାଇଲା ବେଡି

19

ବର୍ବରତାର ସୀମା ଟପିଲା ନୀଳ ଗିରି ପୋଲିସ I ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଗିରଫ କରିଥିବା ଅଭିଯୋଗ ହୋଇଛି ।ଜଣେ ହୋମ୍‌ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୁଲିସ୍। ସୂଚନାନୁସାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ,ଗତ ୩ ଦିନ ତଳେ ନୀଳଗିରି ବଜାରରେ ସାମ୍ବାଦିକ କନକ ନିଉଜ ଓ ସମ୍ବାଦ ର ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ମାମଲା ଥଣ୍ଡା ହୋଇଯାଇଥିଲା କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଥାନାକୁ ଡାକି ପଚରାଉଚରା କରିବା ସହ ଧକ୍କା ମାରିଥିଲେ । ଖୋଦ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ସାମ୍ବାଦିକ ଲୋକନାଥଙ୍କୁ ଧକ୍କା ମାରିଥିଲେ । ଏହାପରେ ବାଲେଶ୍ୱର ହସ୍ପିଟାଲରେ ଲୋକନାଥ ଦଳାଇଙ୍କ ଗୋଡରେ ବେଡି ପକାଇ ଚିକିତ୍ସା କରାଯାଉଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଉ ଏଭଳି କାର୍ଯ୍ୟ କରିଛି ନୀଳଗିରି ପୋଲିସ I ତେବେ ଘଟଣା ଗଣମାଧ୍ୟମ ରେ ପ୍ରସାରିତ ହେବାପରେବାଲେଶ୍ୱର ଏସ୍ପି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା I ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସ୍‌ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍‌ଡିପିଓ କହିଛନ୍ତି।

ଖବର ରୁ ଜଣାପଡିଛି ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ବଙ୍କର ବିଭିନ୍ନ ବେନିୟମ କାର୍ଯ୍ୟର ପର୍ଦାଫାଶ କରିଥିଲେ ଲୋକନାଥ ଦଳେଇ I ତା ସାଙ୍ଗକୁ ହୋମଗାର୍ଡ ନିଯୁକ୍ତି ରେ ଯୋଗ୍ୟତା ନ ଥାଇ ମଧ୍ୟ ଜାଲ ସାର୍ଟିଫିକେଟ ମାଧ୍ୟମରେ କିଛି ଜଣ ନିଯୁକ୍ତି ପାଇଥିବା ଘଟଣା ବାରମ୍ବାର ଦୈନିକ ଖବର କାଗଜ ସମ୍ବାଦ ରେ ପ୍ରକାଶିତ ହୋଇଥିଲା I ଏହାବାଦ ବେଶ୍ କିଛି ଦିନ ଧରି ନୀଳଗିରି ଅଂଚଳକୁ ଧଳା ଜହରର କାରବାର ଅର୍ଥାତ୍ ବ୍ରାଉନ୍ ସୁଗାର କେଉଁଠୁ ଆସୁଛି, ତାକୁ ନେଇ ଅନୁସନ୍ଧାନ କରୁଥିଲେ ସାମ୍ବାଦିକ ଲୋକନାଥ ଦଳେଇ । ଏବଂ ଏହା ବିଭିନ୍ନ ସମୟରେ ରିପୋର୍ଟ ମଧ୍ୟ କରିଥିଲେ । ଏହାକୁ ନେଇ ନୀଳଗିରି

ଆଇଆଇସି ଦୌପଦୀ ଦାସ ସାମ୍ବାଦିକଙ୍କ ଉପରେ କ୍ଷୁବ୍ଧ ଥିଲେ । କାରଣ ବ୍ରାଉନ୍ ସୁଗର ବେପାରୀ ଓ ପୋଲିସ୍ ମଧ୍ୟରେ ସଲାସୁତୁରା ନେଇ କିଛି ପ୍ରମାଣ ପାଇଥିଲେ ସାମ୍ବାଦିକ ଲୋକନାଥ ଦଳେଇ । ତେଣୁ ନିଜର ବ୍ୟକ୍ତିଗତ ଆକ୍ରୋଶ ସୁଝାଇବାକୁ ସାମ୍ବାଦିକ ଙ୍କୁ ଟାର୍ଗେଟ କରିଥିଲେ ଆଇଆଇସି ଦ୍ରୌପଦୀ ଦାସ I

Comments are closed, but trackbacks and pingbacks are open.