ନୀଳଗିରି ପୋଲିସ ର ବର୍ବରତାକୁ ବିଭିନ୍ନ ମହଲ ରେ ନିନ୍ଦା

26

ମାନବିକ ଅଧିକାର କୁ କ୍ଷୁର୍ଣ୍ଣ କରି ସବୁ ସୀମା ଡେଇଁଛି ନୀଳଗିରି ପୋଲିସ I ନୀଳଗିରି ପୋଲିସ ର ଏହି ବର୍ବରତାକୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି I ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ନିଜର ବିଭିନ୍ନ ପ୍ରକାର ବେନିୟମ କାର୍ଯ୍ୟର ପର୍ଦାଫାଶ ହେବ ଯୋଗୁଁ ସ୍ଥାନୀୟ ଦୈନିକ ସମ୍ବାଦ ପତ୍ର ର ତଥା କନକ ନିଉଜ ର ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ଉପରେ ବ୍ୟକ୍ତି ଗତ ଆକ୍ରୋଶ ସୁଝାଇବାକୁ ଯାଇ ଥାନାକୁ ଡକାଇ ଆକ୍ରମଣ କରିଥିଲେ I ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ଙ୍କୁ ହସ୍ପିଟାଲ ରେ ଗୋଡ଼ରେ ବେଡି ପକାଇ ରଖିବା ଘଟଣାକୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି I

ଘଟଣା ର ତୀବ୍ର ନିନ୍ଦା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହା ସହିତ ଘଟଣା ତୀବ୍ର ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ I ଏନେଇ ସେ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ ।

ଚିକିତ୍ସାଧୀନ ସାମ୍ବାଦିକ ଙ୍କ ଗୋଡ଼ ରେ ବେଡି : ବିଧାୟକ କହିଲେ, ବ୍ରିଟିଶ ଶାସନ ଚଳାଇଛି ନୀଳଗିରି ପୋଲିସ

ନୀଳଗିରି ପୋଲିସର ବର୍ବରକାଣ୍ଡ । ସମ୍ବାଦ ଓ କନକ ନ୍ୟୁଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଧକ୍କା ମାରି ଆକ୍ରମଣ କରିବା ସହ ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ ଇ ପୋଲିସର ଏଭଳି ବର୍ବରକାଣ୍ଡକୁ ନିନ୍ଦା କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ କହିଛନ୍ତି, ନୀଳିଗିରି ପୋଲିସ ବ୍ରିଟିଶ ଶାସନ ଚଳାଇଛି । ଯେଉଁ ସାମ୍ବାଦିକଙ୍କୁ ଗିରଫ କରାଯାଇଛି ତାଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ତେଣୁ ସାମାନ୍ୟ ବଚସାକୁ ନେଇ ଗିରଫ କରିବା ଓ ଗୋଡରେ ବେଡି ପକାଇ ହସ୍ପିଟାଲରେ ଚିକିତ୍ସା କରିବା ନିନ୍ଦନୀୟ I

ଲୋକନାଥଙ୍କ ଗୋଡରେ ବେଡି ପକାଇ ଆଇନର ଉଲ୍ଲଂଘନ କରିଛି ପୋଲିସ : ପୂର୍ବତନ ଡିଜି ସଂଜୀବ ମାରିକ

ଜଣେ ବ୍ୟକ୍ତିଙ୍କ ଗୋଡରେ ବେଡି ପକାଯାଇ ପାରିବ କି ନାହିଁ ତାହାର ଉତ୍ତର ରଖିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।ସଞ୍ଜୀବ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅପରାଧୀଙ୍କ ହାତରେ ହ୍ୟାଣ୍ଡକପ ପକାଇପାରିବେ ପୋଲିସ । ଏହାଛଡା ଜଣେ ବ୍ୟକ୍ତିଙ୍କ ହାତରେ ହ୍ୟାଣ୍ଡକପ ପକାଇବା ପାଇଁ କିଛି ଆଇନ ରହିଛି । ବିନା କୋର୍ଟଙ୍କ ଅନୁମତିରେ ଜଣେ ବ୍ୟକ୍ତି ହାତରେ ହ୍ୟାଣ୍ଡକପ ପକାଇବା ଦ୍ୱାରା ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ୧୯୯୫ରେ ହ୍ୟାଣ୍ଡକପ ପକାଇବାକୁ ନେଇ ଏକ ରାୟ ଦେଇଥିଲେ । କିନ୍ତୁ ଲୋକନାଥଙ୍କ କ୍ଷେତ୍ରରେ ଏହି ଆଇନର ଉଲ୍ଲଂଘନ ହୋଇଛି ।

ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା ଘଟଣା ନେଇ ଡିଜିଙ୍କ ପ୍ରତିକ୍ରିୟା , କହିଲେ, ଘଟଣାର ଅନୁଧ୍ୟାନ କରାଯିବ

ନୀଳଗିରିରେ କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇବା ଘଟଣାରେ ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ ।

ସାମ୍ବାଦିକଙ୍କ ହାତରେ ପୋଲିସ୍ ବେଡି । ଘଟଣାକୁ ନିନ୍ଦା କଲେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି , କହିଲେ, କ୍ଷମତାର ହେଉଛି ଅପବ୍ୟବହାର ।

ବ୍ୟକ୍ତିଗତ ରାଗ ରଖି କନକ ନ୍ୟୁଜ୍ ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡି ପକାଇ ରଖିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି । ସେ କହିଛନ୍ତି ଯେ, ଆଇନର ଦୂରୁପଯୋଗ ହେଉଛି । ପୋଲିସ କ୍ଷମତାର ଅପବ୍ୟବହାର ହେଉଛି । ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.