ଆସନ୍ତା ମଇ ୧୩ରେ ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ରାଷ୍ଟ୍ରୀୟ ଲୋକ-ଅଦାଲତ

25

ଆସନ୍ତା ୨୦୨୩ ମଇ ୧୩ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାର ସାଲିସ୍‌ରଫାଯୋଗ୍ୟ ଫୌଜଦାରୀ ମାମଲା, ଗାଡ଼ିମୋଟର ଦୁର୍ଘଟଣାଜନିତ ମାମଲା, ଶ୍ରମ ଓ ନିଯୁକ୍ତି, ବ୍ୟାଙ୍କଗ୍ରୁପ୍‌, ଦେୱାନି, ପାରିବାରିକ ବୈବାହିକ ମାମଲା, ଖାଉଟି, ବୀମା, ଡାକ, ଟେଲିଫୋନ୍‌ ଅନାଦେୟ ମାମଲା, ଚେକ୍‌ ବାଉନ୍ସ, ମନି ରିକଭରି ମାମଲା, ବିଦୁ୍ୟତ, ପାନୀୟ ଜଳ, ଜମି ଅଧିଗ୍ରହଣ, ରାଜସ୍ୱ, ପେନ୍‌ସନ୍‌ ଓ ବିଭିନ୍ନ ଜନଉପଯୋଗୀ ମାମଲାମାନ ଆଗତ କରାଯାଇ ଫଇସଲା କରାଯିବ । ତେଣୁ ଜନସାଧାରଣଙ୍କୁ ଅନୁରୋଧ ଯଦି ଉକ୍ତ ମାମଲାରେ ଅଦାଲତମାନଙ୍କରେ ବିଚାରାଧିନ ଥିବା ମାମଲାରେ ଅପୋଷ ବୁଝାମଣା ଜରିଆରେ ନିଜ ନିଜର ମାମଲାର ଫଇସଲା କରି ମୋକଦ୍ଦମାର ଅନ୍ତ ଘଟାଇବାକୁ ଚାହୁଁଛନ୍ତି କିମ୍ବା ମୋକଦ୍ଦମା ନଥାଇ ମଧ୍ୟ ଯଦି ନିଜ ନିଜ ମଧ୍ୟରେ ବା ଅପରପକ୍ଷଙ୍କ ମଧ୍ୟରେ ବିବାଦ ଲାଗ ରହିଥାଏ, ତାହାହେଲେ ସେହି ସମସ୍ୟାର ସମାଧାନ ପାଇଁ ଅଦାଲତ ପରିସରରେ ଥିବା ଆଇନ୍‌ ସେବା ବିଭାଗଙ୍କ ନିକଟକୁ ଯାଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଦରଖାସ୍ତ କଲେ ପ୍ରାଧିକରଣଙ୍କ କର୍ତ୍ତୃପକ୍ଷ ଉକ୍ତ ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଡକାଇ ଆପୋଷ ସମାଧାନ ଜରିଆରେ ବିବାଦର ସମାଧାନ କରିବେ । ନତୁବା ଏହା ଯଦି ଫଳବତୀ ନହୁଏ, ପୁନଶ୍ଚ ବୁଝାମଣା କରି ବିବାଦର ସ୍ଥାୟୀ ସମାଧାନ ଲୋକ ଅଦାଲତ ଜରିଆରେ କରାଯିବ ବୋଲି ସଚିବ ସୌଦାମିନୀ ସିଂ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.