ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ତାମିଲନାଡୁ ସରକାର

24

ନୂଆଦିଲ୍ଲୀ: ତାମିଲନାଡୁ ସରକାର ନବଜାତ ଶିଶୁଙ୍କ ପାଇଁ “ଥାୟମାମାନ୍‌ ସୁନା ମୁଦି ଯୋଜନା” ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ ମାସରୁ ସରକାରୀ ହସ୍ପିଟାଲଗୁଡ଼ିକରେ ଜନ୍ମଗ୍ରହଣ କରିଥିବା ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୨୮ ହଜାର ୪୯୯ଟି ସୁନା ମୁଦି ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ପାଇଁ ‘ତାମିଲନାଡୁ ମେଡିକାଲ୍ ସର୍ଭିସେସ୍ କର୍ପୋରେସନ୍’ ପକ୍ଷରୁ ପ୍ରସିଦ୍ଧ ଜୁଏଲାରୀ ସଂସ୍ଥା ‘ଜୟ ଆଲୁକାସ୍’ ଏବଂ ‘କଲ୍ୟାଣ ଜୁଏଲର୍ସ’କୁ ମୁଦି ଯୋଗାଣ ପାଇଁ କାର୍ଯ୍ୟାଦେଶ  ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍. ଅନ୍ନାଦୁରାଇଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

Comments are closed, but trackbacks and pingbacks are open.