ନୂଆବର୍ଷରେ ଉପହାର : ଚାଷୀ ଙ୍କ ଖାତାକୁ ଗଲା ପିଏମ କିଷାନ ଯୋଜାନର ୧୦ମ କିସ୍ତି

19

ଚାଷୀମାନଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ କିଷାନ ଯୋଜାନର ୧୦ମ କିସ୍ତି ଚାଷୀଙ୍କୁ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ମୋଦୀ । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ କିଷାନର ସହାୟତା ଟଙ୍କା । ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ପଠାଯାଇଛି । ଏହା ସହ ଚାଷୀମାନଙ୍କ ସହ ଭିସି ଜରିଆରେ କଥା ହେଲେ ପ୍ରଧାନମମନ୍ତ୍ରୀ ।
ତେବେ ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି । ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି ।
ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…
ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।
– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।
– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।
– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।
– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।
– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Leave A Reply

Your email address will not be published.