ନୂଆବର୍ଷ ଉପହାର ୧୫ IPS ଅଫିସରଙ୍କୁ ପଦୋନ୍ନତି ସହିତ ୩ IG ପାହ୍ୟାକୁ ଉନ୍ନୀତ

18

ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ୩ ଜଣ ଯାକ ଆଇପିଏସ ଅଫିସରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି । ୩ ଜଣ ଅଫିସର ୨୦୦୪ ବ୍ୟାଚର ଏବଂ ସମସ୍ତଙ୍କୁ ଏକା ସାଙ୍ଗରେ ପଦୋନ୍ନତି ପ୍ରଦାନ କରାଯାଇଛି ।

ଆଇପିଏସ ଅଫିସର ଦୀପକ କୁମାର, ସତ୍ୟବ୍ରତ ଭୋଇ ଓ ଆଶିଷ ସିଂଙ୍କୁ ଏହି ପଦୋନ୍ନତି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟ ଆଇପିଏସ ଅଫିସରଙ୍କୁ ମଧ୍ୟ ପଦୋନ୍ନତି ପ୍ରଦାନ କରାଯାଇଥିବା ଜଣାପଡିଛି । ସେହିପରି ୨୦୦୮ ବ୍ୟାଚର ୩ ଜଣ ଆଇପିଏସଙ୍କୁ ଡିଆଇଜି ପଦକୁ ପଦୋନ୍ନତି ପ୍ରଦାନ କରାଯାଇଛି । ଉମାଶଙ୍କର ଦାସ, ଆର. ପ୍ରକାଶ ଓ ସତ୍ୟଜିତ ନାୟକଙ୍କୁ ଡିଆଇଜି ଭାବରେ ପଦୋନ୍ନତି ମିଳିଛି । ଅଖିଳେଶ୍ୱର ସିଂ, ଚରଣ ସିଂ ମୀନା ଓ ବ୍ରିଜେଶ କୁମାର ରାୟଙ୍କୁ ସିଲେକ୍ସନ ଗ୍ରେଡକୁ ଉନ୍ନୀତ କରାଯାଇଥିବା ବେଳେ ୬ ଜଣ ଆଇପିଏସଙ୍କୁ କନିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି କରାଯାଇଛି ।

Leave A Reply

Your email address will not be published.