ଶିକ୍ଷକଙ୍କ ପାଇଁ ନୂଆ ବର୍ଷ ଉପହାର : ଜାନୁୟାରୀ ୧ ରୁ ଲାଗୁ ହେବ ସପ୍ତମ ବେତନ କମିଶନ

20

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୯ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ ଶିକ୍ଷକ ମାନଙ୍କୁ ନୂଆ ବର୍ଷରେ ଉପହାର ଦେଇଛନ୍ତି ରାଜ୍ୟ ସରକାର। ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇଛି । ଏଥିରେ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଏଥିପାଇଁ ସରକାର ବାର୍ଷିକ ୧୨୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ କ୍ୟାବିନେଟ୍ ବୈଠକରେ ମୋହର ବାଜିଛି । ସେହିଭଳି ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ସପ୍ତମ ବେତନ କମିଶନ ଦ୍ୱାରା ଉପକୃତ ହେବେ । ୧୫,୬୬୪ ଜଣ କଲେଜ ଶିକ୍ଷକ ଓ ଅଣଶିକ୍ଷକ ଏଥିରେ ଉପକୃତ ହେବେ । ଏଥିପାଇଁ ୧୬୬କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Leave A Reply

Your email address will not be published.